Murder case

ରାଇରଙ୍ଗପୁର: ଛେଳି ଚୋରକୁ ପିଟିପିଟି ହତ୍ୟା । ରାଇରଙ୍ଗପୁରର ତିରିଂ ଥାନା ଇନ୍ଦକୋଳି ଗାଁରେ ନୃଶଂସ ହତ୍ୟାକାଣ୍ଡ ହୋଇଛି । ଗାଁର ୪ଜଣ ଛେଳି ଚୋର ୨ଟି ବାଇକରେ ଆସି ଛେଳି ଚୋରି କରୁଥିବା ବେଳେ ମାଡ଼ିବସିଲେ ଲୋକେ । ୨ଜଣ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ବେଳେ ୨ଜଣ ଲୋକଙ୍କ ହାବୁଡ଼ାରେ ପଡ଼ିଯାଇଥିଲେ । ଲୋକେ ଉଭୟଙ୍କୁ ନିସ୍ତୁକ ମାଡ଼ ମାରିବା ସହ ବାଇକ ଜାଳିଦେଲେ । ଖବରପାଇ ତିରିଂ ପୋଲିସ ଉଭୟଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲା । ଚିକିତ୍ସାଧୀନ ଅବସ୍ଥାରେ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ହେଲେ ବହଳଦା ଥାନା ବାସିଙ୍ଗି ଗ୍ରାମର ସନ୍ଦୀପ ବିନ୍ଧାଣି । ସେ ଜଣେ ନାବାଳକ । ନବମ ଶ୍ରେଣୀରେ ପାଠ ପଢୁଥିଲେ । ପୋଲିସ ଘଟଣାର ଅଧିକ ତଦନ୍ତ କରୁଛି ।

Share