Young nn

ବ୍ରହ୍ମପୁର : ଓଭରବ୍ରିଜ ଉପରୁ ତଳକୁ ଡେଇଁ ଯୁବକ ମୃତ । ସମସ୍ତ ଘଟଣା ସିସିଟିଭି କ୍ୟାମେରାରେ କଏଦ । ଗୋପାଳପୁର ଥାନା ଅନ୍ତର୍ଗତ ଖୋଡାସିଙ୍ଗି ଓଭରବ୍ରିଜ ଉପରୁ ତଳକୁ ଡେଇଁ ଜୋହନ ନାୟକ ନାମକ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ଗୌଡ଼ଗୋଠ ଗ୍ରାମର ବାସିନ୍ଦା ଜୋହନ ନାୟକ ସୋମବାର ସନ୍ଧ୍ୟା ୬ଟାରେ ଖୋଡାସିଙ୍ଗି ଓଭରବ୍ରିଜ ଦେଇ ବ୍ରହ୍ମପୁର ଅଭିମୁଖେ ଯାଉଥିଲେ ।

ଏହି ସମୟରେ ହଠାତ କୌଣସି କାରଣରୁ ଓଭରବ୍ରିଜରୁ ତଳକୁ ଡେଇଁ ପଡ଼ିଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ବାସିନ୍ଦା ଏମକେସିଜି ମେଡିକାଲରେ ଭର୍ତ୍ତି କରାଇଥିଲେ । ତେବେ ଚିକିତ୍ସାଧୀନ ଅବସ୍ଥାରେ ଜୋହନଙ୍କ ମୃତ୍ୟୁ ହୋଇଛି । କାହିଁକି ଏଭଳି ଓଭରବ୍ରିଜରୁ ଡେଇଁ ଥିଲେ ଜୋହନ ତାହା ସ୍ପଷ୍ଟ ହୋଇନଥିବା ବେଳେ ଘଟଣାର ସମ୍ପୂର୍ଣ୍ଣ ଭିଡ଼ିଓ ସିସିଟିଭି କ୍ୟାମେରାରେ କଏଦ ହୋଇଛି ।

Share