Tramp

ନୂଆଦିଲ୍ଲୀ: ଆମେରିକୀୟଙ୍କୁ ୧୪ ଦେଶ ଛାଡ଼ିବାକୁ ନିର୍ଦ୍ଦେଶ ଜାରି । ଜରୁରୀକାଳୀନ ନିର୍ଦ୍ଦେଶ ଜାରି କଲା ଆମେରିକା ବୈଦେଶିକ ବିଭାଗ । ମଧ୍ୟ-ପ୍ରାଚ୍ୟର ୧୪ଟି ଦେଶରେ ଥିବା ଆମେରିକୀୟ ନାଗରିକମାନଙ୍କୁ “ଗମ୍ଭୀର ସୁରକ୍ଷା ବିପଦ” ଦର୍ଶାଇ ତୁରନ୍ତ ସେହି ସ୍ଥାନ ଛାଡ଼ିବାକୁ କୁହାଯାଇଛି । ଇରାନ, ଇସ୍ରାଏଲର ୱେଷ୍ଟ ବ୍ୟାଙ୍କ ଏବଂ ଗାଜା, ଇରାକ, ସାଉଦି ଆରବ, ୟୁଏଇ, କୁଏତ, କାତାର, ଓମାନ, ବାହାରିନ, ଲେବାନନ, ଜୋର୍ଡାନ, ସିରିଆ, ୟେମେନ ଏବଂ ଇଜିପ୍ଟ ଛାଡ଼ିବାକୁ କୁହାଯାଇଛି ।

ଆମେରିକାର ସହକାରୀ ସଚିବ ମୋରା ନାମଦାରଙ୍କ ଏକ ବିବୃତ୍ତିରେ କୁହାଯାଇଛି, ଗମ୍ଭୀର ସୁରକ୍ଷା ବିପଦ କାରଣରୁ ବୈଦେଶିକ ବିଭାଗ ଆମେରିକୀୟଙ୍କୁ ଉପଲବ୍ଧ ବ୍ୟବସାୟିକ ପରିବହନ ବ୍ୟବହାର କରି ୧୪ଟି ଦେଶ ତୁରନ୍ତ ଛାଡ଼ିବାକୁ ଅନୁରୋଧ କରାଯାଉଛି । ଇରାନ ଓ ଇସ୍ରାଏଲ ମଧ୍ୟରେ ଚାଲିଥିବା ସଂଘର୍ଷ ଏବଂ ଆମେରିକାର ସାମରିକ କାର୍ଯ୍ୟାନୁଷ୍ଠାନ ଯୋଗୁଁ ଏହି ଅଞ୍ଚଳରେ ଆମେରିକୀୟ ପାଇଁ ବିପଦ ବଢ଼ିଛି । ଆଗକୁ ବିମାନ ସେବା ବାଧାପ୍ରାପ୍ତ ହେବାର ଆଶଙ୍କା କରି ନାଗରିକମାନଙ୍କୁ କମର୍ସିଆଲ ବିମାନ ଯୋଗେ ତୁରନ୍ତ ବାହାରିଯିବାକୁ କୁହାଯାଇଛି । ଜରୁରୀ ସହାୟତା ପାଇଁ ଆମେରିକା ସରକାରଙ୍କ Smart Traveler Enrollment Program (STEP)ରେ ପଞ୍ଜୀକରଣ କରିବା ସହ ଦୂତାବାସ ସହିତ ଯୋଗାଯୋଗରେ ରହିବାକୁ କୁହାଯାଇଛି।

Share