Image 2026 03 23t125936.918

କେନ୍ଦୁଝର: ଓଡ଼ିଶା କଂଗ୍ରେସ ସଂଗଠକ ତଥା ପୂର୍ବତନ ପିସିସି ସଭାପତି ଜୟଦେବ ଜେନାଙ୍କୁ ହତ୍ୟା ଧମକ ଘଟଣାରେ ଦୁଇ ଜଣଙ୍କୁ ଗିରଫ କରିଛି ପୋଲିସ । ହ୍ବାଟସ୍ ଆପ୍ ଜରିଆରେ ଜୟଦେବ ଜେନାଙ୍କୁ ହତ୍ୟାଧମକ ମିଳିଥିଲା । ଅଭିଯୁକ୍ତଙ୍କୁ ଗିରଫ ସହ ନିଜ ସୁରକ୍ଷା ଦାବି କରିଥିଲେ ଜୟଦେବ । ଗତ ୯ ତାରିଖ ଦିନ ନନ୍ଦିପଦା ଥାନାରେ ଜୟଦେବ ଜେନା ଏନେଇ ଏତଲା ଦେଇଥିଲେ ।

ଏହାପରେ କେନ୍ଦୁଝର ଏସ.ପିଙ୍କ ନିର୍ଦ୍ଦେଶକ୍ରମେ ୨ଟି ସ୍ୱତନ୍ତ୍ର ଟିମ୍ ଗଠନ କରି ପୋଲିସ ତଦନ୍ତ ଆରମ୍ଭ କରିଥିଲା । ଏହାପରେ ଧମକ ଦେଇଥିବା ଯୁବକକୁ ଚିହ୍ନଟ କରାଯିବା ସହ ଗତକାଲି ରାତିରେ ଯାଜପୁର ଜିଲ୍ଲା ମଙ୍ଗଳପୁର ପଞ୍ଚାୟତ ନୂଆଗାଁ ଗ୍ରାମରୁ ଗିରଫ କରାଯାଇଛି । ଗିରଫ ଅଭିଯୁକ୍ତମାନଙ୍କ ପରିଚୟ ରାକେଶ ନଟିଆ ଓ ହରମୋହନ ବାରିକ ବୋଲି ଜଣାପଡିଛି ।

 

Share