Helagoobmaanzhq 696x391

ନୂଆଦିଲ୍ଲୀ: ଆତଙ୍କବାଦୀ ସଂଗଠନ ସହ ସମ୍ପର୍କ ଏବଂ ଆତଙ୍କବାଦକୁ ପ୍ରୋତ୍ସାହିତ କରୁଥିବା ଅଭିଯୋଗରେ ଦିଲ୍ଲୀର ଏକ ଅଦାଲତ ମଙ୍ଗଳବାର ଜାମ୍ମୁ-କାଶ୍ମୀରର ବିଚ୍ଛିନ୍ନତାବାଦୀ ନେତ୍ରୀ ତଥା ‘ଦୁଖ୍‌ତରାନ-ଇ-ମିଲାତ୍‌’ ସଂଗଠନର ମୁଖ୍ୟ ଆସିୟା ଆନ୍ଦ୍ରାବିଙ୍କୁ ଦୋଷୀସାବ୍ୟସ୍ତ କରିବା ସହ ଆଜୀବନ କାରାଦଣ୍ଡାଦେଶ ପ୍ରଦାନ କରିଛନ୍ତି।

ଆସିୟାଙ୍କ ଅନ୍ୟ ଦୁଇ ସହଯୋଗୀ ସୋଫି ଫେମିଦା ଓ ନାହିଦା ନସରିନ୍‌ଙ୍କୁ ଅନୁରୂପ ଭାବେ ଦୋଷୀସାବ୍ୟସ୍ତ କରାଯାଇ ୩୦ ବର୍ଷ ଜେଲଦଣ୍ଡ ପ୍ରଦାନ କରାଯାଇଛି। ଆନ୍ଦ୍ରାବି ଓ ତାଙ୍କ ସଂଗଠନ ଜାମ୍ମୁ-କାଶ୍ମୀରକୁ ଭାରତରୁ ଅଲଗା କରି ପାକିସ୍ତାନ ସହ ମିଶ୍ରଣ କରିବାକୁ ବାରମ୍ବାର ଦାବି କରିଆସୁଛନ୍ତି। ଭାରତୀୟ ଆଇନ୍ ପରିବର୍ତ୍ତେ ଜାମ୍ମୁ-କାଶ୍ମୀରରେ ସାରିୟା ଆଇନ ପ୍ରଣୟନ କରିବାକୁ ମଧ୍ୟ ସେ ସ୍ବର ଉତ୍ତୋଳନ କରୁଥିଲେ। ଜାତୀୟ ତଦନ୍ତକାରୀ ସଂସ୍ଥା (ଏନଆଇଏ) ୨୦୧୮ରେ ତାଙ୍କୁ ଗିରଫ କରିଥିଲା।

Share