କନ୍ଧମାଳ : ମାଓ ମୁକ୍ତ ଦେଶ ଘୋଷଣାକୁ ଆଉ ଦୁଇ ଦିନ ବାକି। କନ୍ଧମାଳରେ ମାଓ ଗତିବିଧିର ସମୀକ୍ଷା କଲେ ପୋଲିସ ଡିଜି ୱାଇବି ଖୁରାନିଆ। ଡିଜିପିଙ୍କ ସହିତ ଏଡିଜିପି ସଂଜୀବ ପଣ୍ଡା, ଡିଆଇଜି ଅଖିଳେଶ୍ୱର ସିଂ ପ୍ରମୁଖ ଉପସ୍ଥିତ ଥିଲେ। ଏସଓଜି, ଡିଭିଏଫ, ସିଆରପିଏଫ ଯବାନଙ୍କ ସହ ଆଲୋଚନା କରିଛନ୍ତି ପୋଲିସ ଡିଜି। କନ୍ଧମାଳ ଜିଲାକୁ ମାଓମୁକ୍ତ କରିବାକୁ ଗତ କିଛି ମାସ ହେଲା ଚାଲିଛି ଜୋରଦାର ଅପରେଶନ। ଡିଜିପି କହିଛନ୍ତି, ଏହା ମଧ୍ୟରେ ୭୭ ମାଓବାଦୀ ଓଡିଶା ପୋଲିସ ପାଖରେ ଓ ୨୩ ଜଣ ମାଓବାଦୀ ଓଡିଶାରୁ ଯାଇ ଛତିଶଗଡ଼ରେ ଆତ୍ମ ସମର୍ପଣ କରିଛନ୍ତି । ୨୭ ଜଣ ମାଓବାଦୀଙ୍କ ପୋଲିସ ଗୁଳିରେ ମୃତ୍ୟୁ ହୋଇଛି । ଏବେ ଖୁବ ଅଳ୍ପ ସଂଖ୍ୟକ ମାଓବାଦୀ ସକ୍ରିୟ ଅଛନ୍ତି । ତାଙ୍କୁ ଆତ୍ମସମର୍ପଣ କରିବାକୁ ଆହ୍ବାନ କରିଛନ୍ତି ଡିଜିପି।

