ବାରିପଦା: ବାରିପଦାରୁ ନିଖୋଜ ୪ ବର୍ଷର ଶିଶୁ କନ୍ୟା ଉଦ୍ଧାର । ଅପହରଣକାରୀ ଗିରଫ। ଅଭିଯୁକ୍ତକୁ ଅଟକ ରଖି ତଦନ୍ତ କରୁଛି ଭଞ୍ଜପୁର ଥାନା ପୋଲିସ । ବାରିପଦା ସହରର ଭଞ୍ଜପୁର ଥାନା ଅନ୍ତର୍ଗତ ଜମୁନାଦେଈପୁର ଅଞ୍ଚଳରୁ ଜଣେ ୪ ବର୍ଷର ଶିଶୁ କନ୍ୟା ଗତକାଲି ନିଖୋଜ ହୋଇଥିବା ନେଇ ଥାନାରେ ଅଭିଯୋଗ କରିଥିଲେ ପରିବାର ଲୋକେ । ନିଖୋଜ ଶିଶୁ କନ୍ୟା ସୁନୀଲ କୁମାର ସୋରେନ ଓ ଚାନ୍ଦମଣି ମୁର୍ମୁଙ୍କ ଝିଅ। ଖୁଣ୍ଟା ବ୍ଲକ ଲାକ୍ଷଣସାହିର ମୂଳ ବାସିନ୍ଦା ସୁନୀଲଙ୍କ ପରିବାର ବର୍ତ୍ତମାନ ଭଞ୍ଜପୁର ଜମୁନାଦେଈପୁର ଠାରେ ରହୁଛନ୍ତି ।
ଗତକାଲି ୪ ବର୍ଷର ଝିଅ ଘର ନିକଟରେ ଖେଳୁଥିବା ସମୟରେ ନିଖୋଜ ହୋଇଯାଇଥିଲେ। ବହୁ ଖୋଜାଖୋଜି ପରେ ଝିଅର କୌଣସି ସନ୍ଧାନ ମିଳିନଥିଲା । କେହି ତାଙ୍କୁ ଅପହରଣ କରିଥିବା ନେଇ ପରିବାର ଲୋକେ ଥାନାରେ ଅଭିଯୋଗ କରିଥିଲେ । ଆଜି ସକାଳୁ ଜଣେ ଦୁର୍ବୁତ୍ତ ଶିଶୁ କନ୍ୟାକୁ ଘର ନିକଟରେ ଛାଡ଼ି ପଲାଉଥିବା ବେଳେ ସ୍ଥାନୀୟ ଲୋକେ ଅଭିଯୁକ୍ତକୁ କାବୁ କରି ପୋଲିସର ଜିମା ଦେଇଛନ୍ତି । ତେବେ କେଉଁ କାରଣରୁ ଶିଶୁ କନ୍ୟାକୁ ଅପହରଣ କରିଥିଲା ଆଉ ରାତି ସାରା ଶିଶୁ କନ୍ୟାକୁ କେଉଁଠି ରଖିଥିଲା, ଘଟଣାର ତଦନ୍ତ କରୁଛି ପୋଲିସ । ଅପହରଣକାରୀ ପଶ୍ଚିମବଙ୍ଗର ହୋଇଥିବା ସନ୍ଦେହ କରୁଛି ପୋଲିସ ।
