Vigilance 1

ନୟାଗଡ : ଲାଞ୍ଚ ନେଇ ଧରା ପଡିଲେ ଟ୍ରେଜେରୀ କର୍ମଚାରୀ । ନୟାଗଡ଼ ଖଣ୍ଡପଡା ସଵ ଟ୍ରେଜେରୀ କର୍ମଚାରୀ ସରୋଜ ସାହୁ । ୩ ହଜାର ଟଙ୍କା ଲାଞ୍ଚ ନେବାବେଳେ ମାଡି ବସିଲା ଭିଜିଲାନ୍ସ । ଜଣେ ପେନସନ ଭୋଗୀଙ୍କ ଠାରୁ ନେଉଥିଲେ ଏହି ଲାଞ୍ଚ । ବିଲ ପାସ କରିବା ପାଇଁ ଦାବି କରିଥିଲେ ଲାଞ୍ଚ । ପୂର୍ବରୁ ୪ହଜାରଟଙ୍କା ନେଇଥିବାବେଳେ ଆଜି ୩ହଜାର ଟଙ୍କା ନେଉଥିଲେ ।

ଟ୍ରାପ ପରେ ସରୋଜଙ୍କ ଆୟ ବହିର୍ଭୁତ ସମ୍ପତ୍ତି ଯାଞ୍ଚ କରୁଛି ଭିଜିଲାନ୍ସ । ଏକକାଳୀନ ଦୁଇଟି ସ୍ଥାନରେ ଚାଲିଛି ଚଢ଼ାଉ। ଖଣ୍ଡପଡା ସବ୍ ଟ୍ରେଜେରୀ ସିନିଅର ଆସିଷ୍ଟାଣ୍ଟ ସରୋଜ କୁମାର ସାହୁ । ପରେ ଭିଜିଲାନ୍ସର ୫ଜଣିଆ ଟିମ୍ ଖଣ୍ଡପଡା ସହରରେ ଥିବା ସରୋଜଙ୍କ ବାସଭବନରେ ଖାନତଲାସି କରୁଛି ।

Share