Bike

ଗୋପ : ପାରିବାରିକ ଝଗଡା ଯୋଗୁଁ ବାଇକୁରୁ ଡେଇ ମହିଳା ମୃତ ଅଭିଯୋଗ ।  ସ୍ଥାନୀୟ ଲୋକଙ୍କ ସୂଚନା ପରେ ରାମଚଣ୍ଡୀ ଥାନା ତଦନ୍ତ ଜାରୀ ସୂଚନା ମୁତାବକ କାକଟପୁରରୁ ପୁରୀ ଯିବା ରାସ୍ତାର ରାମଚଣ୍ଡୀ ଥାନା ଅନ୍ତର୍ଗତ ନିଆଖିଆ ବ୍ରିଜ୍ ନିକଟରେ ଘଟିଛି ଅଘଟଣ । ସ୍ବାମୀ ସ୍ତ୍ରୀ ଝଗଡାକୁ ନେଇ ବାଇକିରୁ ଡେଇଁ ଗୁରତ୍ୱର ଅବସ୍ଥାରେ ଆମ୍ବୁଲାନ୍ସ ଯୋଗେ ପୁରୀ ମେଡିକାଲରେ ଭର୍ତ୍ତି ହୋଇଥିଲେ ।

ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିବା ସୂଚନା ମିଳିଛି । ମହିଳା ଜଣକ ହେଉଛନ୍ତି ପୁରୀ ପେଣ୍ଠକଟା ଅଞ୍ଚଳର ମାନସୀ ବେହେରା । ଯୁବକ ଜଣଙ୍କ ମଧ୍ୟ କାକଟପୁର ଥାନା ବିଭୁତିପୁରର ଆର୍ତ୍ତ ସେଠୀ ବୋଲି ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡିଛି ।

ଏକ ବାଜାଜ୍  ଗାଡ଼ି(OD W 4914) ଯୋଗେ ପୁରୀ ଅଭିମୁଖେ ଯିବା ସମୟରେ ବାଇକ୍  ରୁ ଡେଇଁ ମହିଳା ଗୁରୁତ୍ୱର ହୋଇଥିବା ବେଳେ ରାମଚଣ୍ଡୀ ପୋଲିସ୍ ଖବର ପାଇଁ ତଦନ୍ତ ଚଳାଇଥିବା ବେଳେ ଏ ପର୍ଯ୍ୟନ୍ତ କୌଣସି ରାମଚଣ୍ଡୀ ଥାନାରେ ଏତଲା ହୋଇନଥିବା ସୂଚନା ମିଳିଛି । ସ୍ଥାନୀୟ ଲୋକଙ୍କ ସୂଚନା ଆଧାରରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଗାଡ଼ିଟି ବର୍ତ୍ତମାନ ରାମଚଣ୍ଡୀ ଥାନାରେ ଅଛି । ଝିଅ ଘର ଲୋକେ ଅଭିଯୋଗ ପରେ ତଦନ୍ତ ପକ୍ରୀୟା ହେବ ବୋଲି  ରାମଚଣ୍ଡୀ ପୋଲିସ ପକ୍ଷରୁ ସୂଚନା ମିଳିଛି ।

Share