ଭୁବନେଶ୍ୱର : ଆଜି ବି ଗୃହରେ SCB ତାତି । ଚାଲିପାରୁନି ବିଧାନସଭା। SCB ଅଗ୍ନିକାଣ୍ଡ ତାତିରେ ସୁରୁଖୁର ହେଉନି ବିଧାନସଭା। ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବିରେ ଅଡି ବସିଛନ୍ତି ବିରୋଧୀ । ଗୃହ ମଧ୍ୟଭାଗକୁ ଆସି ବିରୋଧୀଙ୍କ ହୋହଲ୍ଲା ଓ ନାରାବାଜି । ଉଭୟ କଂଗ୍ରେସ ଓ ବିଜେଡି ବିଧାୟକମାନେ ହାତରେ ପ୍ଲାକାର୍ଡ ଧରି ହଟ୍ଟଗୋଳ କରିଛନ୍ତି । ଗୃହ କାର୍ଯ୍ୟ ଚାଲିନପାରିବାରୁ ବାଚସ୍ପତି ବାରମ୍ବାର ମୁଲତବୀ କରିଛନ୍ତି । ଗୃହ କାର୍ଯ୍ୟ ସୁପରିଚାଳନା ପାଇଁ ସର୍ବଦଳୀୟ ବୈଠକ ଡାକିଛନ୍ତି ବାଚସ୍ପତି । ବିଜେପି କହିଛି ଆମେ ଚାହୁଁଛୁ ବିରୋଧୀ ଦଳ ଆଲୋଚନାକୁ ଆସନ୍ତୁ । ନିଜର ବିଷୟକୁ ଗୃହରେ ଉଠାନ୍ତୁ।
ବିଧାନସଭା ଭିତରେ ଓ ବାହାରେ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ଇସ୍ତଫା ଦାବିରେ ଗର୍ଜିଛନ୍ତି ବିରୋଧୀ । ବିରୋଧୀ ନିଜ ଜିଦରେ ଅଟଳ । 17ରୁ ଆଜି ଯାଏଁ ବିଧାନସଭା ଚାଲି ପାରୁନାହିଁ । ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବିରେ ଗୃହରେ ଅଚଳାବସ୍ଥା ଜାରି ରହିଛି । ଆଜି ମଧ୍ଯ ବିରୋଧୀ ବିଧାନସଭା ଭିତରେ ହୋହାଲ୍ଲା ଓ ନାରାବାଜି କରି ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛନ୍ତି । ସେପଟେ ରାଜରାସ୍ତାରେ ଏହି ପ୍ରସଙ୍ଗକୁ ଲୋୟର ପିଏମଜି ସବୁ ବିରୋଧୀ ଦଳ ଏକାଠି ହୋଇ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛନ୍ତି।

