ଭୁବନେଶ୍ବର: ଭୁବନେଶ୍ବରରେ ଦେଖାଦେଇଛି ଚାଞ୍ଚଲ୍ୟ । ଛାତରୁ ଖସିପଡି ଯୁବକଙ୍କର ହୋଇଛି ମୃତ୍ୟୁ । ନିର୍ମାଣଧୀନ କୋଠାର ଛାତରୁ ପଡି ଯୁବକଙ୍କ ମୃତ୍ୟୁ ଅଭିଯୋଗ ହୋଇଛି । ସହିଦନଗର ଥାନା ଅଞ୍ଚଳରେ ଘଟିଛି ଏ ଘଟଣା । ସ୍ଥାନୀୟ ପୋଷ୍ଟ ଅଫିସ ନିକଟରୁ ମିଳିଛି ଯୁବକଙ୍କ ମୃତଦେହ । ସୂଚନା ଅନୁସାରେ, ଜଣେ ଯୁବକ ମୁହଁରେ ଗାମୁଛା ବାନ୍ଧି ନିର୍ମାଣ କୋଠାରେ ପଶିଥିଲେ ।
ସେଠାରେ କାମ କରୁଥିବା ଯୁବକ ମାନେ ଏ ସଂପର୍କରେ ଜାଣିପାରି ତାଙ୍କୁ ପିଛା କରିଥିଲେ । ଏହି ସମୟରେ ଚୋର ସହ ଠେଲାପେଲା ହୋଇଥିବା ବେଳେ, ସେଠାରେ କାମ କରୁଥିବା ଜଣେ ଯୁବକ ଛାତ ତଳକୁ ପଡିଯାଇଥିଲେ । ଯାହା ଫଳରେ ତାଙ୍କର ମୃତ୍ୟୁ ହୋଇଥିଲା । ଘଟଣା ବେଳର ଭିଡିଓ ସିସିଟିଭିରେ କଏଦ ହୋଇଛି । ପୋଲିସ ପହଞ୍ଚି ତନାଘନା ଆରମ୍ଭ କରିବା ସହ ମୃତଦେହ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇଛି ।

