Untitled 3jpg 2026 04 14 11 50 02

ବାରିପଦା : ପଖାଳ ଖାଇବା ପରେ ବିଗିଡିଲା ସ୍ୱାସ୍ଥ୍ୟାବସ୍ଥା। ହେଲା ପଞ୍ଚମୀ ଶ୍ରେଣୀ ନାବାଳିକାଙ୍କ ମୃତ୍ୟୁ। ଏଭଳି ଏକ ଅଭାବନୀୟ ଘଟଣା ମୟୁରଭଞ୍ଜ ବାରିପଦାରୁ ଆସିଛି। ମିଳିଥିବା ସୂଚନା ଅନୁଯାୟୀ, ଝାଡ଼ାବାନ୍ତିରେ ଅସୁସ୍ଥ ହୋଇ ଚିକିତ୍ସିତ ହେଉଥିବା ଜଣେ ଛାତ୍ରୀଙ୍କ ମଙ୍ଗଳବାର ମୃତ୍ୟୁ ହୋଇଛି।

ମୟୁରଭଞ୍ଜ ରାସଗୋବିନ୍ଦପୁର ବ୍ଲକର କକାବନ୍ଧ ଆଶ୍ରମ ସ୍କୁଲର ହଷ୍ଟେଲରେ ପଖାଳ ଭାତ ଖାଇ ପାଖାପାଖି ୧୫୦ ରୁ ଊର୍ଦ୍ଧ୍ବ୍ୱ ଛାତ୍ରଛାତ୍ରୀ ରାସଗୋବିନ୍ଦପୁର ମେଡିକାଲରେ ଭର୍ତ୍ତି ହୋଇଥିଲେ। ସେମାନଙ୍କ ମଧ୍ୟରୁ ଅଧିକାଂଶ ଛାତ୍ରଛାତ୍ରୀ ସୁସ୍ଥ ହେବାସହ ଅନ୍ୟ କିଛି ଛାତ୍ରଛାତ୍ରୀ ଅସୁସ୍ଥ ହେବାରୁ ସେମାନଙ୍କ ମଧ୍ୟରୁ ଗତକାଲି ୫୦ରୁ ଊର୍ଦ୍ଧ୍ବ୍ୱ ଛାତ୍ର ଛାତ୍ରୀଙ୍କୁ ବାରିପଦା ମେଡିକାଲ କଲେଜରେ ଭର୍ତ୍ତି କରାଯାଇଥିଲା।

ତେବେ ଜଣେ ୫ମ ଶ୍ରେଣୀର ଛାତ୍ରୀଙ୍କ ଅବସ୍ଥା ସଂକଟାପନ୍ନ ହେବାରୁ ଗତକାଲି ଠାରୁ ତାଙ୍କୁ ଆଇସିୟୁରେ ଭର୍ତି କରାଯାଇଥିଲା। ଆଜି ସକାଳୁ ତାଙ୍କ ମୃତ୍ୟୁ ହୋଇଛି। ମୃତ ଛାତ୍ରୀ ଜଣକ ୫ମ ଶ୍ରେଣୀର ରୂପାଲି ବେସ୍ରା ବୋଲି ଜଣାପଡ଼ିଛି। ଏହି ଘଟଣା ଜଣାପଡ଼ିବା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ସୃଷ୍ଟି ହୋଇଛି।

Share