ନୂଆଦିଲ୍ଲୀ: ଟ୍ରମ୍ପଙ୍କ ଡିନର ପାର୍ଟିରେ ଆଟାକ । ଘେରିଗଲେ ସୁରକ୍ଷାକର୍ମୀ । ରାତିରେ ୱାଶିଂଟନ ହିଲଟନ୍ ଠାରେ ଆୟୋଜିତ ହ୍ୱାଇଟ୍ ହାଉସ୍ କରେସପଣ୍ଡେଣ୍ଟସ୍ ଡିନର ସମୟରେ ଗୁଳିମାଡ଼ ହୋଇଥିଲା । ଗୁଳି ଶବ୍ଦ ଶୁଣାଯିବା ପରେ ସେଠାରେ ଆତଙ୍କ ଖେଳିଯାଇଥିଲା । ଗୁଳି ଶବ୍ଦ ଶୁଣାଯିବା ମାତ୍ରେ ସିକ୍ରେଟ୍ ସର୍ଭିସ୍ ଏଜେଣ୍ଟମାନେ ତୁରନ୍ତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ, ଫାଷ୍ଟ ଲେଡି ମେଲାନିଆ ଟ୍ରମ୍ପ ଏବଂ ଉପ-ରାଷ୍ଟ୍ରପତି ଜେଡି ଭାନ୍ସଙ୍କୁ ଷ୍ଟେଜରୁ ସୁରକ୍ଷିତ ଭାବେ ବାହାର କରି ନେଇଥିଲେ ।
ସେଠାରେ ଉପସ୍ଥିତ ଥିବା ଶତାଧିକ ସାମ୍ବାଦିକ ଏବଂ ସେଲିବ୍ରିଟିମାନେ ନିଜ ଜୀବନ ବଞ୍ଚାଇବା ପାଇଁ ଟେବୁଲ୍ ତଳେ ଲୁଚି ରହିଥିବା ଦେଖିବାକୁ ମିଳିଥିଲା । ସେହି ସମୟରେ ‘ରାସ୍ତା ଛାଡ଼ନ୍ତୁ, ସାର୍!’ ବୋଲି ଜୋରରେ ଶବ୍ଦ ଶୁଣାଯାଉଥିଲା ଏବଂ ଅନ୍ୟମାନେ ଲୋକଙ୍କୁ ତଳେ ବସିଯିବାକୁ କହୁଥିଲେ । ତେବେ ଏହି ଘଟଣାରେ କେହି ଆହତ ହୋଇଥିବାର ସୂଚନା ଏପର୍ଯ୍ୟନ୍ତ ମିଳିନାହିଁ । ପ୍ରାଥମିକ ସୂଚନା ଅନୁୟାୟୀ, ଜଣେ ସନ୍ଦିଗ୍ଧ ବନ୍ଧୁକଧାରୀକୁ କାବୁ କରଛନ୍ତି ସୁରକ୍ଷାକର୍ମୀ ।

