Harbhajan

ନୂଆଦିଲ୍ଲୀ : କେନ୍ଦ୍ର ଗୃହମନ୍ତ୍ରଣାଳୟ ପୂର୍ବତନ କ୍ରିକେଟର ଓ ରାଜ୍ୟସଭା ସାଂସଦ ହରଭଜନ ସିଂହଙ୍କୁ ନେଇ ବଡ଼ ନିଷ୍ପତ୍ତି ନେଇଛନ୍ତି । ପଞ୍ଜାବ ସରକାରଙ୍କ ଦ୍ବାରା ସୁରକ୍ଷା ପ୍ରତ୍ୟାହାର କରାଯିବାର କିଛି ଘଣ୍ଟା ପରେ କେନ୍ଦ୍ର ସରକାର ହରଭଜନ ସିଂହଙ୍କୁ ସିଆରପିଏଫ୍ ସୁରକ୍ଷା ପ୍ରଦାନ କରିଛନ୍ତି । ହରଭଜନଙ୍କୁ ଦିଲ୍ଲୀ ଓ ପଞ୍ଜାବ ଉଭୟ ଦୁଇଟି ସ୍ଥାନରେ କେନ୍ଦ୍ର ସୁରକ୍ଷା ବଳ ଓ ସିଆରପିଏଫ୍ କମାଣ୍ଡୋ ତାଙ୍କ ସୁରକ୍ଷାରେ ମୁତୟନ ରହିବେ ।

ଗୃହ ମନ୍ତ୍ରଣାଳୟ ଅନୁସାରେ, ହରଭଜନ ସିଂହଙ୍କ ସହିତ ବିଜେପିରେ ଯୋଗ ଦେଇଥିବା ଅନ୍ୟାନ୍ୟ ଆପ୍ ସାଂସଦଙ୍କୁ ମଧ୍ୟ ସୁରକ୍ଷା ମିଳିବ । ସନ୍ଦୀପ ପାଠକ, ଅଶୋକ ମିତ୍ତଲ, ସ୍ୱାତୀ ମାଲିୱାଲ, ରାଜେନ୍ଦ୍ର ଗୁପ୍ତା ଏବଂ ବିକ୍ରମଜିତ ସାହାଣୀଙ୍କୁ ମଧ୍ୟ କେନ୍ଦ୍ରୀୟ ସୁରକ୍ଷା ପ୍ରଦାନ କରାଯାଇଛି । ଏହି ସମସ୍ତ ନେତାଙ୍କୁ ଏବେ ସିଆରପିଏଫ୍ କମାଣ୍ଡୋମାନେ ସୁରକ୍ଷା ଦେବେ । ଏହି ନେତାମାନଙ୍କ ପ୍ରତି ବଢୁଥିବା ବିପଦ ଏବଂ ପଞ୍ଜାବରେ ସେମାନଙ୍କ ବାସଭବନ ବାହାରେ ପ୍ରତିବାଦକୁ ଦୃଷ୍ଟିରେ ରଖି ଏହି ପଦକ୍ଷେପ ନିଆଯାଇଛି ।

ଆଜି ସକାଳେ ପଞ୍ଜାବର ଭଗବନ୍ତ ମାନ ସରକାର ହରଭଜନ ସିଂହଙ୍କ Z+ ସୁରକ୍ଷା କୁ ହଟାଇ ଦେଇଛନ୍ତି । ତାଙ୍କ ଜଳନ୍ଧର ବାସଭବନରୁ ୯/୧୦ ସୁରକ୍ଷା କର୍ମୀ ଏବଂ ସରକାରୀ ଗାଡ଼ି ଫେରାଇ ନିଆଯାଇଛି । ଏହା ହରଭଜନ ସିଂହଙ୍କ ବ୍ୟକ୍ତିଗତ ସହାୟକ ମନଦୀପ ସିଂହ ସୂଚନା ଦେଇଛନ୍ତି । ଶନିବାର ହରଭଜନଙ୍କ ଘର ବାହାରେ ମଧ୍ୟ ପ୍ରବଳ ହଙ୍ଗାମା ଦେଖିବାକୁ ମିଳିଥିଲା । ପ୍ରଦର୍ଶନକାରୀମାନେ କାନ୍ଥରେ ପଞ୍ଜାବର ଗଦ୍ଦାର ବୋଲି ଲେଖା ସ୍ପ୍ରେ କରି ଲେଖିଥିଲେ ।

ସୂଚନାଯୋଗ୍ୟ, ରାଘବ ଚଢାଙ୍କ ସହିତ ଆପ୍ ର ୭ ଜଣ ସାଂସଦ ପାର୍ଟି ଛାଡି ବିଜେପିରେ ଯୋଗ ଦେଇଛନ୍ତି । ଯାହାପରେ ପଞ୍ଜାବ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି ।

Share