Us iran war 114442639 16x9 0

ୱାଶିଂଟନ : ପୁଣି ଅଶାନ୍ତ ହେଲା ମଧ୍ୟପ୍ରାଚ୍ୟ।ବିଶ୍ଵଯୁଦ୍ଧ ନେଇ ଘନେଇଲା ଆଶଙ୍କା। ଆମେରିକା ଓ ଇରାନ ମଧ୍ୟରେ ଉତ୍ତେଜନା ସୃଷ୍ଟି ହୋଇଛି। ଦୁଇ ଦେଶ ମଧ୍ୟରେ ଶାନ୍ତି ଆଲୋଚନା ବିଫଳ ହୋଇ ଥିବାରୁ ଏବେ ଆକ୍ରମଣ ଓ ପ୍ରତି ଆକ୍ରମଣ ଆରମ୍ଭ ହୋଇ ଯାଇଛି। ଇରାନର ଇସଲାମିକ ରେଭ୍ୟୁଲେସନାରୀ ଗାର୍ଡ କ୍ରପ୍ସ(ଆଇଆରଜିସି) ପକ୍ଷରୁ ଆମେରିକା ଗୋଟିଏ ଏୟାର ବେସ୍‌ ଉପରେ କରାଯାଇଛି ହମଲା। ସ୍ଥାନୀୟ ସମୟ ଭୋର ୪.୫୦ରେ ଆଇଆରଜିସି ଏପରି ଆକ୍ରମଣ କରିଥିବା କହିଛି। ଏହାପୂର୍ବରୁ ଆମେରିକା ସେନା ଇରାନର ବନ୍ଦର ଆବାସ ଏୟାରପୋର୍ଟ ନିକଟରେ ଆକ୍ରମଣ କରିଥିଲେ। ଏହାର ବଦଲା ନେବାକୁ ଆଇଆରଜିସି ଆମେରିକା ବେସ୍‌କୁ ଟାର୍ଗେଟ କରିଛି। କିନ୍ତୁ ଆମେରିକାର କେଉଁ ଏୟାର ବେସ୍‌କୁ ଟାର୍ଗେଟ କରାଯାଇଛି, ତାହା ସ୍ପଷ୍ଟ କରାଯାଇନାହିଁ।

ସେହିପରି ଯଦି ଆମେରିକା ନିଜର ଆକ୍ରମଣାତ୍ମକ ଆଭିମୁଖ୍ୟ ପ୍ରଦର୍ଶନ କରିବା ଜାରି ରଖିବ, ତା’ହେଲେ ଏହାର ଜବାବ ଅତ୍ୟନ୍ତ ଭୟଙ୍କର ଦିଆଯିବ ବୋଲି ଇରାନ ଚେତାବାନୀ ଦେଇଛି।  କିଛି ଘଣ୍ଟା ପୂର୍ବରୁ ଷ୍ଟ୍ରେଟ ଅଫ ହର୍ମୁଜ ନିକଟରେ ଇରାନୀୟ ଡ୍ରୋନ ଅପରେସନ ବିରୋଧରେ ସାମରିକ କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ଆମେରିକୀୟ ଅଧିକାରୀମାନେ କହିଥିଲେ। ରୟଟର୍ସର ରିପୋର୍ଟରେ କୁଯାଇଛି ଯେ ଆମେରିକା ସୈନ୍ୟ ବାହିନୀ ଇରାନର ୪ଟି ଆଟାକ ଡ୍ରୋନକୁ ଖସାଇ ଦେଇଛନ୍ତି। ଏହି ଡ୍ରୋନଗୁଡ଼ିକୁ ଇରାନ ହର୍ମୁଜରେ ଆମେରିକା ସୈନ୍ୟ ଓ ବ୍ୟବସାୟିକ ଶିପଗୁଡ଼ିକୁ ଭୟଭୀତ କରିବାକୁ ବ୍ୟବହାର କରୁଥିଲା।

ସେହିପରି ବନ୍ଦର ଆବାସ ନିକଟରେ ଡ୍ରୋନକୁ ନିୟନ୍ତ୍ରଣ କରିବାକୁ ଥିବା ଗ୍ରାଉଣ୍ଡ କଣ୍ଟ୍ରୋଲ ଷ୍ଟେସନକୁ ମଧ୍ୟ ଆମେରିକା ଧ୍ୱଂସ କରିଥିଲା। ଅପରେସନ ସୀମିତ ଓ ରକ୍ଷାଣତ୍ମକ ରହିଥିଲା। ଏବେ ବି ଆମେରିକା ଏପ୍ରିଲ ମାସରେ ଲାଗୁ ହୋଇଥିବା ଯୁଦ୍ଧ ବିରତି ସହ ଏକମତ ରହିଥିବା ମଧ୍ୟ ୱାଶିଂଟନ କହିଥିଲା। ତଥାପି ଏହି ହମଲାର ଜବାବ ଦେବାକୁ ଇରାନ ପଛାଇ ନାହିଁ। ଇରାନ ପକ୍ଷରୁ ଆମେରିକା ବେସ୍‌କୁ ଟାର୍ଗେଟ କରାଯାଇଥିବା ତେହରାନ ଦାବି କରିଛି। ଆମେରିକାର ଆକ୍ରମଣ ନିନ୍ଦା କରିଛି ଇରାନୀ ବୈଦେଶିକ ମନ୍ତ୍ରଣାଳୟ। ଇରାନୀ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ,ଏହା ଯୁଦ୍ଧବିରତିର ଉଲ୍ଲଂଘନ,ଇରାନ ତାର ସାର୍ବଭୌମତ୍ୱକୁ ରକ୍ଷା କରିବା ପାଇଁ ସମସ୍ତ ଆବଶ୍ୟକୀୟ ପଦକ୍ଷେପ ନେବ।

Share