Kanada murder

ନୂଆଦିଲ୍ଲୀ: କାନାଡାରେ ଗୁଜୁରାଟୀ ଛାତ୍ରୀଙ୍କୁ  ହତ୍ୟା  । କାନାଡାରେ ଗୁଜୁରାଟର ଛାତ୍ରୀ ବିଧି ମେଘା(୨୨) ଲୁଟପାଟକୁ ବିରୋଧ କରିବାରୁ ଛୁରା ମାରି ବିଭର୍ତ୍ସ ହତ୍ୟା କରାଯାଇଛି । ସେ ଗତ ୪ ବର୍ଷ ହେବ ସେଠାରେ ରହି ପାଠ ପଢା ସହ ଚାକିରୀ କରୁଥିଲେ । କାନାଡାରେ ଆଉ ଏକ ଭାରତୀୟଙ୍କ ମୃତ ଖବର ସାମ୍ନାକୁ ଆସିଛି । ବିଦେଶ ମାଟିରେ ଆଉ ଏକ ଯୁବତୀଙ୍କ ଛୁରା ମାରି ହତ୍ୟା କରାଯାଇଛି । ବିଧି ମେଘାନୀ ମୂଳତଃ ଆନନ୍ଦର ବୋରସାଦର ବାସିନ୍ଦା । ସେ କାନାଡାର ନିଆଗାରା ଅଞ୍ଚଳରେ ରହୁଥିଲେ । ବିଧି ସେଠାରେ ପାଠ ପଢିବା ସହ ଚାକିରୀ କରୁଥଲେ । ସ୍ଥାନୀୟ ପୋଲିସ ହତ୍ୟା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

ସୂଚନା ଅନୁସାରେ ବିଧି କାନାଡାରେ PR ପାଇଁ ପ୍ରସ୍ତୁତି ହେଉଥିଲେ । ଏବେ ସୁଧା ହତ୍ୟାର କାରଣ ଜଣାପଢିନାହିଁ । ସେପଟେ ଗୁଜୁରାଟରେ ବିଧିଙ୍କ ହତ୍ୟା ଖବର ଶୁଣି ପରିବାରରେ ଶୋକର ଛାୟା ଖେଳିଯାଇଛି । ବିଧିଙ୍କୁ ଆମେରିକା ସୀମା ନିକଟରେ ଛୁରୀ ଭୁସି ହତ୍ୟା କରାଯାଇଛି । ଏହି ଘଟଣା ମେ ମାସ ୧୫ ତାରିଖରେ ଘଟିଥିଲା । ସେଠାରୁ ତାଙ୍କୁ ତୁରନ୍ତ ହସ୍ପିଟାଲ ନିଆଯାଇଥିଲା । ହେଲେ ଡାକ୍ତର ତାଙ୍କୁ  ମୃତ ଘୋଷଣା କରିଥିଲେ । କାନାଡାରେ ଭାରତୀୟଙ୍କୁ ହତ୍ୟା କରିବା ଘଟଣା ନୁଆ ନୁହେଁ । ଗତବର୍ଷ ଡିସେମ୍ବର ରେ ୩୦ ବର୍ଷୀୟ ମହୀଳା ହିମାଂଶୀ ଖୁରାନାଙ୍କ ମୃତ ଦେହ ମିଳିଥିଲା । ଏପ୍ରିଲ ୨୦୨୫ରେ ୨୧ ବର୍ଷୀୟ ପଞ୍ଜାବୀ ଛାତ୍ର ହରସିମରକ ରନ୍ଧାୱାଙ୍କୁ ଅଣ୍ଟାରିଓରେ ଗୁଳି କରି ହତ୍ୟା କରାଯାଇଥିଲା ।

Share