ମିସନର ପରବର୍ତ୍ତୀ ପର୍ଯ୍ୟାୟର ଅଂଶଭାବେ କେନ୍ଦ୍ର ସରକାର ଓଡ଼ିଶା, ଗୁଜରାଟ, ତେଲେଙ୍ଗାନା ଓ ମହାରାଷ୍ଟ୍ରରେ ପ୍ରକ୍ରିୟାକରଣ ପ୍ଲାଣ୍ଟ ସ୍ଥାପନ ଯୋଜନା ଦିଗରେ ଆଗକୁ ବଢ଼ୁଛନ୍ତି। ସଂପୃକ୍ତ ରାଜ୍ୟ ସରକାରମାନେ ମଧ୍ୟ ଏଥିପାଇଁ ଜମି ଆବଣ୍ଟନ କରିଛନ୍ତି। ଏହାକୁ ଆଗକୁ ନେବା ପାଇଁ ରାଜ୍ୟ ପ୍ରଶାସନ କାର୍ଯ୍ୟ କରୁଛି। ଏସବୁ ପ୍ରକଳ୍ପ ଗୁରୁତ୍ବପୂର୍ଣ୍ଣ ଖଣିଜ ସାମଗ୍ରୀ କ୍ଷେତ୍ରରେ ଦେଶର ପ୍ରକ୍ରିୟାକରଣ ଓ ବିଶୋଧନ କ୍ଷମତା ବଢ଼ାଇବ। ଏସବୁ ସାମଗ୍ରୀ ପାଇଁ ଭାରତ ଅନ୍ୟ ଦେଶଉପରେ ବହୁମାତ୍ରାରେ ନିର୍ଭରଶୀଳ ରହିଛି। ଆସନ୍ତାବର୍ଷ ସୁଦ୍ଧା ଏ କ୍ଷେତ୍ରରେ ଆଖିଦୃଶିଆ ଅଗ୍ରଗତି ଦେଖିବାକୁ ମିଳିବ ବୋଲି ମନ୍ତ୍ରୀ କହିଛନ୍ତି।