Nagpur candidate 1781931578775 1781931578983 8451dfe8 e202 4b2f 8d52 a0164c2747c2

ନୂଆଦିଲ୍ଲୀ: NEET UG ପୁନଃପରୀକ୍ଷା ଆସନ୍ତାକାଲି (ଜୁନ୍ ୨୧) ତାରିଖରେ ସାରା ଦେଶରେ ଗୋଟିଏ ସିଫ୍ଟରେ ଅନୁଷ୍ଠିତ ହେବ। ପରୀକ୍ଷା ପାଇଁ ଆଡମିଟ୍ କାର୍ଡ ମଧ୍ୟ ଜାରି କରାଯାଇଛି।

ଏବେ ନାଗପୁରରୁ ଆଡମିଟ୍ କାର୍ଡରେ ଏକ ବଡ଼ ତ୍ରୁଟି ସାମ୍ନାକୁ ଆସିଛି। ନାଗପୁରର ଜଣେ ଛାତ୍ରଙ୍କ NEET UG ଆଡମିଟ୍ କାର୍ଡରେ ଆବୁଧାବିର ଏକ ସେଣ୍ଟର ରହିଛି। ତଦନୁଯାୟୀ ଉକ୍ତ ଛାତ୍ର ଆବୁଧାବିରେ ପରୀକ୍ଷା ଦେବେ। ଉକ୍ତ ଛାତ୍ରଙ୍କ ନାମ ଅବଦୁଲ୍ଲା ମହମ୍ମଦ ତାଲିବ ବୋଲି ଜଣାପଡିଛି। ତାଙ୍କର ପାସପୋର୍ଟ ମଧ୍ୟ ନ ଥିବା ବେଳେ ଏଭଳି ଘଟଣାକୁ ନେଇ ଜୋରଦାର ଚର୍ଚ୍ଚା ହେଉଛି।

ଯେତେବେଳେ ଅବଦୁଲ୍ଲା ମହମ୍ମଦ ତାଲିବ NEET UG ପରୀକ୍ଷା ଦେବା ପାଇଁ ତାଙ୍କ ଆଡମିଟ୍ କାର୍ଡ ଡାଉନଲୋଡ୍ କରିଥିଲେ, ସେତେବେଳେ ଏଥିରେ ସଂଯୁକ୍ତ ଆରବ ଏମିରେଟ୍ସର ଆବୁଧାବିରେ ଏକ ପରୀକ୍ଷା କେନ୍ଦ୍ର ତାଲିକାଭୁକ୍ତ କରାଯାଇଥିଲା। ଯାହାକୁ ନେଇ ସେ ଚିନ୍ତିତ ହୋଇପଡ଼ିଥିଲେ।

ଗଣମାଧ୍ୟମ ରିପୋର୍ଟ ଅନୁସାରେ, ନାଗପୁରର ବାସିନ୍ଦା ଅବଦୁଲ୍ଲା ମହମ୍ମଦ ତାଲିବ ଭାରତରେ NEET UG ପରୀକ୍ଷା ପାଇଁ ଆବେଦନ କରିଥିଲେ। ଆଶ୍ଚର୍ଯ୍ୟଜନକ ଭାବରେ ତାଙ୍କ ସେଣ୍ଟର ଭାରତ ବାହାରେ ପଡ଼ିଥିଲା।

ଏହି ଘଟଣା ସାମ୍ନାକୁ ଆସିବା ପରେ NTA ନିଜର ଭୁଲ ସ୍ୱୀକାର କରିଛି ଏବଂ କହିଛି ଯେ ଏହି ସମସ୍ୟା ଏକ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଘଟିଛି। ଏହା ବ୍ୟତୀତ NTA ଛାତ୍ରଙ୍କ ପରିବାରକୁ ପ୍ରତିଶ୍ରୁତି ଦେଇଛି ଯେ ଆଡମିଟ୍ କାର୍ଡ ଯଥାଶୀଘ୍ର ସଂଶୋଧନ କରାଯିବ ଏବଂ ଛାତ୍ରଙ୍କୁ ପରୀକ୍ଷା କେନ୍ଦ୍ର ସହିତ ଏକ ସଂଶୋଧିତ ଆଡମିଟ୍ କାର୍ଡ ପ୍ରଦାନ କରାଯିବ।

Share