ହରଭଙ୍ଗା : ବେଆଇନ ପଥର ଖାଦାନ ଉପରେ ରେଡ଼ । ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଜବତ ହୋଇଛି । ବୌଦ୍ଧ ଜିଲ୍ଲା ହରଭଙ୍ଗା ଅତିରିକ୍ତ ତହସିଲଦାରଙ୍କ ସମେତ ଏକ ପ୍ଲାଟୁନ ପୋଲିସ ଫୋର୍ସ ନିୟୋଜିତ ଅଛନ୍ତି । ବୋୖଦ୍ଧ ଜିଲ୍ଲା ଖରଭୂଇଁ ଗାଁର ବେଆଇନ ପଥର କ୍ୱାରିରେ ଚାଲିଥିଲା ବିସ୍ଫୋରଣ । ସୂଚନାପାଇ ରେଡ଼ କରିଛି ହରଭଙ୍ଗା ତହସିଲ ।
ଖରଭୂଇଁ ମୌଜାର ଖାତା ନମ୍ବର ୨, ପ୍ଲଟ ନମ୍ବର ୫୦ ଅଞ୍ଚଳରେ ଏହି ରେଡ୍ ହୋଇଛି। ଚଢ଼ାଉରେ ହରଭଙ୍ଗା ଅତିରିକ୍ତ ତହସିଲଦାର ସନ୍ଦୀପ ଧଳଙ୍କ ସମେତ ହରଭଙ୍ଗା ଥାନା ପୋଲିସ ସାମିଲ ରହିଥିଲେ । ଗ୍ରାମବାସୀ ଙ୍କ ଅଭିଯୋଗ ଅନୁଯାୟୀ ଏହି ପଥର କ୍ୱାରିଟି ଦୀର୍ଘଦିନ ହେଲା ବିନା ପରିବେଶ ମଞ୍ଜୁରୀରେ ବେଆଇନ ଭାବେ ଚାଲୁଥିଲା । ଜନବସତିର ଅତି ନିକଟରେ ରାତିସାରା ବେଆଇନ ପଥର ବ୍ଲାଷ୍ଟିଂ କରାଯାଉଥିବାରୁ ଗ୍ରାମବାସୀ ଅସନ୍ତୋଷ ପ୍ରକାଶ କରିଥିଲେ । ସ୍ଥାନୀୟ ଲୋକଙ୍କ ଅଭିଯୋଗକୁ ଭିତ୍ତି କରି ଉଚ୍ଚ ଅଧିକାରୀଙ୍କ ନିର୍ଦ୍ଦେଶକ୍ରମେ ଆଜି ଏହି ଚଢ଼ାଉ କରାଯାଇଥିବା ଅତିରିକ୍ତ ତହସିଲଦାର କହିଛନ୍ତି ।
