ସ୍କୁଲରେ ମଦ୍ୟପାନ କରି ପ୍ରଧାନଶିକ୍ଷକ ନିଲମ୍ବିତ

IMG 20260910 131550 e1789026394223

କେନ୍ଦ୍ରାପଡା : ସ୍କୁଲ ଭିତରେ ମଦ୍ୟପାନ କରି ପ୍ରଧାନ ଶିକ୍ଷକ ନିଲମ୍ବିତ l କେନ୍ଦ୍ରାପଡା ଡେରାବିଶ ବ୍ଲକ କୁରୁଜଙ୍ଗା ପଞ୍ଚାୟତ ଆମ୍ବୁରା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଅଭାବନୀୟ ଘଟଣା ଘଟିଛି। ଖେଳ ଛୁଟିରେ ପ୍ରଧାନ ଶିକ୍ଷକ ସୁନାକର ନାୟକ ଅଫିସ୍ ଭିତରେ ବସି ମଦ୍ୟପାନ କରିଥିଲେ। ପରେ ଭିତରପଟୁ କବାଟ ଦେଇ ଶୋଇପଡ଼ିଥିଲେ। ସେ ସ୍କୁଲର ଜଣେ ମାତ୍ର ଶିକ୍ଷକ ହୋଇ ଥିବାବେଳେ ଖେଳଛୁଟି ପରେ ସ୍କୁଲରେ ପାଠପଢା ବନ୍ଦ ରହିଥିଲା l ମଦ୍ୟପାନ କରିବା ପୂର୍ବରୁ ପ୍ରଧାନ ଶିକ୍ଷକ ସ୍କୁଲର ମୁଖ୍ୟ ଫାକଟରେ ତାଲା ପକାଇ ଦେଇଥିଲେ l ଫଳରେ ପିଲାମାନେ ବାହାରକୁ ଯାଇ କାହାକୁ ଏ ସମ୍ପର୍କରେ ଯେପରି ସୂଚନା ଦେଇନପାରିବେ। ଶେଷରେ ସନ୍ଧ୍ୟା ୫ଟାରେ ଡେରାବିଶ ବିଇଓ ମଦନମୋହନ କର ପହଁଚି ତାଲା ଭାଙ୍ଗି ଭିତରକୁ ପ୍ରବେଶ କରିଥିଲେ l ପରେ ପ୍ରଧାନ ଶିକ୍ଷକଙ୍କୁ ନିଲମ୍ବନ କରାଯାଇଛି।

Share