ଆସନ୍ତା ୪ରୁ ଦୁଗ୍ଧ ଦର ବୃଦ୍ଧି କରିବ ଓମଫେଡ୍

Omfed milk hike

ଭୁବନେଶ୍ୱର : ପାର୍ବଣ ପୂର୍ବରୁ ପୁଣି ଗ୍ରାହକଙ୍କୁ ମହଙ୍ଗାମାଡ। ପକେଟରେ ପଡ଼ିବ ପ୍ରଭାବ। ଗତକାଲି ବାଣିଜ୍ୟିକ ଗ୍ୟାସ ସିଲିଣ୍ଡର ଦର ବୃଦ୍ଧି ପାଇଥିବା ବେଳେ ଏବେ ବଢିଲା ଓମଫେଡ୍ କ୍ଷୀର ଦର। ଆସନ୍ତା ୪ ତାରିଖରୁ ଓମଫେଡ୍ କ୍ଷୀର ଦର ବୃଦ୍ଧି କରିବାକୁ ଯାଉଛି। ପ୍ରତି ଲିଟରରେ ୨ରୁ ୪ ଟଙ୍କା ବଢିଛି। ଟୋନଡ୍ ଦୁଗ୍ଧ ଲିଟର ପ୍ରତି ୫୬ ଟଙ୍କାରୁ ବୃଦ୍ଧି ପାଇ ୫୮ ଟଙ୍କା ହୋଇଛି।

୪ରୁ ଦୁଗ୍ଧ ଦର ଓମ୍‌ଫେଡ୍‌ ବୃଦ୍ଧି କରିବ। ଟୋନ୍‌ଡ ଦୁଗ୍ଧ ଲିଟର ପ୍ରତି ୪ ଟଙ୍କା ବୃଦ୍ଧି ହୋଇ ଲିଟର ୫୪ ଟଙ୍କାରୁ ବୃଦ୍ଧି ପାଇ ୫୮ ଟଙ୍କା ହେବ। ଟୋନ୍‌ଡ ଦୁଗ୍ଧ ପ୍ୟାକେଟ୍‌ (୫୦୦ ମି.ଲି) ୨ ଟଙ୍କା ବୃଦ୍ଧି ହେବ। ପ୍ରିମିୟମ ଦୁଗ୍ଧ ଲିଟର ପ୍ରତି ୨ ଟଙ୍କା ବୃଦ୍ଧି ହେବ। ଲିଟର ୫୮ ଟଙ୍କାରୁ ବୃଦ୍ଧି ପାଇ ୬୦ ଟଙ୍କା ହେବ। ପ୍ରିମିୟମ ଦୁଗ୍ଧ ପ୍ୟାକେଟ୍‌ (୫୦୦ ମି.ଲି) ୧ ଟଙ୍କା ବୃଦ୍ଧି ହେବ। ଗୋଲ୍ଡ ପ୍ଲସ୍‌ ଦୁଗ୍ଧ ଲିଟର ପ୍ରତି ୨ ଟଙ୍କା ବୃଦ୍ଧି ହୋଇ ଲିଟର ୬୪ ଟଙ୍କାରୁ ବୃଦ୍ଧି ପାଇ ୬୬ ଟଙ୍କା ହେବ। ଗୋଲ୍ଡ ପ୍ଲସ୍ ଦୁଗ୍ଧ ପ୍ୟାକେଟ୍‌ (୫୦୦ ମି.ଲି) ୧ ଟଙ୍କା ବୃଦ୍ଧି ହେବ।

Share