ରାପିଡୋ ଚାଳକ ବେଶରେ ଆତଙ୍କୀ ! ଜୈସ୍ ଲିଙ୍କ ସନ୍ଦେହରେ ଜଣଙ୍କୁ ବାନ୍ଧିଲା ଏଟିଏସ୍

M500mebc jaish 625x300 24 October 26 750x430

ମୁମ୍ବାଇ: ଜୈସ୍ ସହ ଲିଙ୍କ ଅଭିଯୋଗରେ ମୁମ୍ବାଇର ଜଣେ ବ୍ୟକ୍ତି ଗିରଫ । ସନ୍ଦେହ ନହେବା ପାଇଁ ରାପିଡୋ ଚଳାଉଥିଲେ । ମାହିମ ମେଟ୍ରୋ ଷ୍ଟେସନ ନିକଟରୁ ଗିରଫ କରିଛି ଏଟିଏସ୍ । ମୁମ୍ବାଇ ମାହିମ୍ ଅଂଚଳର ମହମ୍ମଦ ହସନ ଅବ୍ୱୁ ସରମଦ ଅଖତରଙ୍କୁ ଗିରଫ କରିଛି ମହାରାଷ୍ଟ୍ର ଆଂଟି ଟେରରିଜିମ୍ ସ୍କ୍ୱାଡ୍ । ଏହି ୩୩ ବର୍ଷୀୟ ବ୍ୟକ୍ତି ମୁମ୍ବାଇରେ ରାପିଡୋ ଚାଳକ ଭାବେ କାମ କରୁଥିଲେ । ଜୈସ୍‌–ଏ-ମହମ୍ମଦ ସହ ଲିଙ୍କ ସନ୍ଦେହରେ ତାଙ୍କୁ ଗିରଫ କରିଛି ଏଟିଏସ୍ । କେବଳ ସେତିକି ନୁହେଁ ସୋସିଆଲ ମିଡିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଦ୍ଧରେ ଉଗ୍ର ପୋଷ୍ଟ ଓ ବିବାଦୀୟ ମନ୍ତବ୍ୟ ଦେଉଥିଲା ମହମ୍ମଦ ହସନ୍ । କେବଳ ରାପିଡୋ ଚଲାଉନଥିଲା, ପରଫ୍ୟୁମ୍ ବିକୁଥିବା ମଧ୍ୟ ଦେଖିବାକୁ ମିଳିଥିଲା । ପାକିସ୍ତାନ ଇଂଟେଲିଜେନ୍ସ ଅପରେସନ ସହ ତାର ଲିଙ୍କ ଥିଲା ବୋଲି ପ୍ରମାଣ ମିଲିଛିା ଧର୍ମପରିବର୍ତ୍ତନ କରିବାକୁ କହୁଥିବା ସହ ବାବ୍ରି ମସଜିଦ୍ ବିଷୟରେ ଜୈସ୍ ମୁଖ୍ୟ ମୌଲାନା ମସୁଦ୍ ଅଜହରର ଅଡିଓ କ୍ଲିପ୍ ଇଣ୍ଡିଆନ ମୁସଲିମ୍ ନାମକ ଟେଲିଗ୍ରାମରେ ଥିବା ଏକ ଗ୍ରୁପରେ ପଠାଉଥିଲା । ତଦନ୍ତରୁ ଜଣାପଡିଛି , ଅଖତର ଏକ କଟ୍ଟରପନ୍ଥୀ ଟେଲିଗ୍ରାମ୍ ଚ୍ୟାନେଲ ସହ ଯୋଡିହୋଇଥିଲା । ଏକ୍ସ ଓ ଇନଷ୍ଟାରେ ଲଗାତର ଭାବେ ଜିହାଦ୍‌କୁ ପ୍ରମୋଟ୍ କରୁଥିବାର ଦେଖିବାକୁ ମିଲିଥିଲା । ଯାହା ଦଙ୍ଗା ସୃଷ୍ଟି କରୁଥିଲା । ମହମ୍ମଦ ପାଖରୁ ଗୋଟିଏ ମୋବାଇଲ ଜବତ ହୋଇଥିବା ବେଳେ ସେଥିରେ ବିବାଦୀୟ ୩୯ଟି ଫଟୋ ମିଳିଛି , ଯାହା ତାକୁ ଆତଙ୍କୀ ବୋଲି ସୂଚାଉଛି ।

ଆକ୍ଟର ଟାଇଗର ଶ୍ରଫ୍‌ଙ୍କୁ ଆକ୍ରମଣ ଘଟଣା ପରେ ପରେ ଏହି ଭଦ୍ରମୁଖା ତଳର ଆତଙ୍କୀଙ୍କୁ ଧରିଛି ଏଟିଏସ୍ । ଟାଇଗରଙ୍କୁ ଫାୟାରିଂ ମାମାଲାରେ ଜଣେ ରାପିଡୋ ଡ୍ରାଇଭରର ସମ୍ପୃକ୍ତି ଥିବା ମଧ୍ୟ ସୂଚନା ମିଳିଥିଲା । ତେଣୁ ଏମାନେ ରାଇଡ୍ ସେବା ଯୋଗାଇବା ଆଳରେ ମୁମ୍ବାଇର ବିଭିନ୍ନ ସେଲିବ୍ରିଟିଙ୍କ ଉପରେ ନଜର ରଖୁଛନ୍ତି ବୋଲି ସୂଚନା ମିଲିଛି । ତେବେ ରାପିଡୋ କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି ଯେ ଅକ୍ଟୋବର ୧୪ ପରଠାରୁ ସେ କାମରେ ନଥିଲା । ଜୁଲାଇ ମାସରେ ଜୈଶ୍ ସହ ଜଡିତ ଏକ ସନ୍ଦିଗ୍ଧ ଆତଙ୍କବାଦୀ ଗୋଷ୍ଠୀର ତଦନ୍ତ ବେଳେ ଗୁଜୁରାଟ ଏଟିଏସ୍ ୫ଜଣଙ୍କୁ ଅଟକ ରଖିଥିଲା ।

Share