ଗଜପତି : ମୋହନାସ୍ଥିତ ଲେଡବନ୍ଧ ବ୍ରିଜ ଉପରେ ଦୁଇ ଫୁଟ ଉଚ୍ଚତାରେ ବନ୍ୟା ପାଣି ପ୍ରବାହିତ । ଫଳରେ ଗଜପତି ଜିଲ୍ଲାର ଲାଇଫ ଲାଇନ କୁହାଯାଉଥିବା ୩୨୬ ନମ୍ବର ଜାତୀୟ ରାଜପଥକୁ ବନ୍ଦ କରିଛି ପ୍ରଶାସନ । ଏହି ରାଜପଥଟି କୋରାପୁଟ, ମାଲକାନଗିରି ଜୟପୁର, ରାୟଗଡା ସହ ବ୍ରହ୍ମପୁର ଓ ରାଜଧାନୀ ଭୁବନେଶ୍ୱରକୁ ସଂଯୋଗ କରୁଛି । ବ୍ରିଜ୍ ଉପରେ ପାଖାପାଖି ଦୁଇ ଫୁଟ ଉଚ୍ଚତାର ପାଣି ପ୍ରବାହିତ ହେଉଥିବାରୁ ଗାଡ଼ିମୋଟର ଯାତାୟତ ଠପ୍ ହୋଇଛି । ଦୁର୍ଘଟଣା ଆଶଙ୍କା କରି ମୋହନା ପୋଲିସ, ବନ ବିଭାଗ ଓ ଗଜପତି ଆରଟିଓଙ୍କ ଉପସ୍ଥିତିରେ ରାସ୍ତାକୁ ସମ୍ପୂର୍ଣ୍ଣ ଭାବେ ବନ୍ଦ କରାଯାଇଛି ।
