ପ୍ରଫେସରଙ୍କୁ ମରଣାନ୍ତକ ଆକ୍ରମଣ, ଅଭିଯୁକ୍ତ ଅଟକ

Sambalpur University

ସମ୍ବଲପୁର: ସମ୍ବଲପୁର ବିଶ୍ବବିଦ୍ୟାଳୟରେ ପ୍ରଫେସରଙ୍କୁ ଛୁରାମାଡ଼ । ଅଭିଯୁକ୍ତ ଅଟକ । ରସାୟନ ବିଜ୍ଞାନ ମୁଖ୍ୟ ପ୍ରଫେସର ସତ୍ୟନାରାୟଣ ସାହୁଙ୍କୁ ଛୁରା ମାଡ଼ । ଆହତ ପ୍ରଫେସର ବୁର୍ଲା ଭିମସାରରେ ଚିକିତ୍ସାଧୀନ । ରସାୟନିକ ବିଜ୍ଞାନ ବିଭାଗକୁ ପଶି ଜଣେ ଅବସରପ୍ରାପ୍ତ ସୁଇପର କୃପାସିନ୍ଧୁ ବାଗ ପ୍ରଫେସରଙ୍କୁ ଅତର୍କିତ ଭାବେ ଛୁରା ମାଡ଼ କରିଛି । କାର୍ଯ୍ୟରେ ଅବହେଳା ଯୋଗୁ ପୂର୍ବରୁ ପ୍ରଫେସର ସତ୍ୟନାରାୟଣ ସୁଇପର କୃପାସିନ୍ଧୁଙ୍କୁ ଚାକିରିରୁ ବାହାର କରିଦେଇଥିଲେ । ପ୍ରତିଶୋଧ ପରାୟଣ ହୋଇ କୃପାସିନ୍ଧୁ ଏପରି କହିଥିବା କହିଛନ୍ତି ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଅଜୟ କୁମାର ମିଶ୍ର ।

ସୂଚନା ଅନୁଯାୟୀ, ରସାୟନ ବିଜ୍ଞାନ ବିଭାଗକୁ ଜଣେ ଅବସରପ୍ରାପ୍ତ ସୁଇପର ପଶି ଆସି ହଠାତ୍ ପ୍ରଫେସର ସତ୍ୟନାରାୟଣ ସାହୁଙ୍କୁ ଛୁରାମାଡ଼ କରିଥିଲେ । ଅଭିଯୁକ୍ତଙ୍କ ନାମ କୃପାସିନ୍ଧୁ ବାଗ ବୋଲି ଜଣାପଡ଼ିଛି । ତାଙ୍କର ଏଭଳି ଆକ୍ରମଣରେ ପ୍ରଫେସର ଆହତ ହୋଇଥିଲେ । ଘଟଣା ପରେ ବିଶ୍ୱବିଦ୍ୟାଳୟ ପରିସରରେ ଭୟ ଓ ଆତଙ୍କର ବାତାବରଣ ଖେଳିଯାଇଥିଲା । ଘଟଣା ସମ୍ପର୍କରେ ଖବର ପାଇ ପୋଲିସ ତୁରନ୍ତ ବିଶ୍ୱବିଦ୍ୟାଳୟରେ ପହଞ୍ଚିଥିଲା । ଅଭିଯୁକ୍ତ କୃପାସିନ୍ଧୁ ବାଗଙ୍କୁ ଅଟକ ରଖି ଘଟଣାର ତଦନ୍ତ ଆରମ୍ଭ କରିଛି । ଅନ୍ୟପଟେ ଆହତ ପ୍ରଫେସରଙ୍କୁ ଭିମସାରରେ ଚିକିତ୍ସା କରାଯାଉଛି ।

Share