ଜିଲ୍ଲା ଚିକିତ୍ସା କେନ୍ଦ୍ରରେ ଖାଲି ପଡ଼ିଛି ୫ ହଜାରରୁ ଅଧିକ ଡାକ୍ତର ପଦବୀ: ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ

22

ଭୁବନେଶ୍ବର: ରାଜ୍ୟର ବିଭିନ୍ନ ଜିଲ୍ଲାର ମୁଖ୍ୟ ହସ୍ପିଟାଲ ଗୁଡିକରେ ଡାକ୍ତରଙ୍କ ପଦବୀ ଖାଲି ପଡିଛି । ଜିଲ୍ଲା ଚିକିତ୍ସା କେନ୍ଦ୍ରରେ ଖାଲି ପଡ଼ିଛି ୫ହଜାରରୁ ଅଧିକ ପଦ । ଏନେଇ ବିଧାୟକ ଅଶ୍ବିନ ପାତ୍ରଙ୍କ ଏକ ପ୍ରଶ୍ନରେ ବିଧାନସଭାରେ ତଥ୍ୟ ରଖିଛନ୍ତି ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ।

ସ୍ବାସ୍ଥ୍ୟ ମନ୍ତ୍ରୀଙ୍କ ତଥ୍ୟ ଅନୁସାରେ, ମୋଟ ୧୫ ହଜାର ୭୯୩ ମଞ୍ଜୁରୀପ୍ରାପ୍ତ ଡାକ୍ତର ପଦବୀ ମଧ୍ୟରୁ ୫ ହଜାର ୨୧୯ ଟି ପଦବୀ ଖାଲି ପଡ଼ିଛି । ମୋଟ ୪ ହଜାର ୩୯୨ ମଞ୍ଜୁରୀପ୍ରାପ୍ତ ଡାକ୍ତରୀ ଶିକ୍ଷକ ପଦବୀ ମଧ୍ୟରୁ ୧ ହଜାର ୩୪୮ଟି ପଦବୀ ଖାଲି ରହିଛି ।

ଡାକ୍ତରୀ ଶିକ୍ଷକ ପଦବୀ ଖାଲି ଥିଲେ ମଧ୍ୟ ଛାତ୍ରଛାତ୍ରୀମାନଙ୍କ ଶିକ୍ଷାଦାନରେ ଯେପରି କୌଣସି ପ୍ରଭାବ ନ ପଡ଼େ, ସେଥିପ୍ରତି ସରକାର ବିଶେଷ ଯତ୍ନଶୀଳ ଅଛନ୍ତି । ଖାଲି ଥିବା ଏହି ପଦବୀଗୁଡ଼ିକୁ ଶୀଘ୍ର ପୂରଣ କରିବା ପାଇଁ ସରକାର ନିୟମିତ ଚୟନ, ବିଭାଗୀୟ ପଦୋନ୍ନତି, ଡେପୁଟେସନ ଏବଂ ଚୁକ୍ତିଭିତ୍ତିକ ନିଯୁକ୍ତି ଭଳି ବ୍ୟବସ୍ଥା ମାଧ୍ୟମରେ ବିହିତ ପଦକ୍ଷେପ ନେଉଥିବା ସ୍ବାସ୍ଥ୍ୟ ମନ୍ତ୍ରୀ କହିଛନ୍ତି ।

 

Share