୨୦୨୪ର ଶେଷ ଦିନରେ ରାଜ୍ୟବାସୀଙ୍କୁ କ୍ଷମା ମାଗିଲେ ମୁଖ୍ୟମନ୍ତ୍ରୀ ଏନ ବୀରେନ ସିଂହ

ଇମ୍ଫାଲ : ଦୀର୍ଘ ଦେଢ଼ ବର୍ଷରୁ ଅଧିକ ଦିନ ହେଲା ଆଦିବାସୀ ଓ ଅଣଆଦିବାସୀଙ୍କ ସଂଘର୍ଷକୁ ନେଇ ମଣିପୁର ସ୍ଥିତି ଅତ୍ୟନ୍ତ ଖରାପ ରହିଛି। ଏସବୁ ଭିତରେ ୨୦୨୪ର ଶେଷ ଦିନରେ ରାଜ୍ୟବାସୀଙ୍କୁ କ୍ଷମା ମାଗିଛନ୍ତି ମୁଖ୍ୟମନ୍ତ୍ରୀ ଏନ ବୀରେନ ସିଂହ।…

ରାସ୍ତା ମଝିରେ ଦୁଇ ବାଇକ୍‌ ମୁହାଁମୁହିଁ; ୨ ଯୁବକଙ୍କ ମୃତ୍ୟୁ

ନବରଙ୍ଗପୁର : ମଝି ରାସ୍ତାରେ ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା ହୋଇଛି। ଯାଇଛି ୨ ଯୁବକଙ୍କ ଜୀବନ। ଅନ୍ୟ ଜଣେ ମେଡ଼ିକାଲ୍‌ ବେଡ୍‌ରେ ଜୀବନ ସହ ସଂଘର୍ଷ କରୁଛନ୍ତି। ଆଜି ଅପରାହ୍ନରେ ଏପରି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ନବରଙ୍ଗପୁରରେ ଘଟିଛି। ତେନ୍ତୁଳିଖୁଣ୍ଟି…

ଲୋକସେବା ଭବନରେ ସାମ୍ବାଦିକଙ୍କୁ ମିଳିଲା ପ୍ରବେଶ ଅନୁମତି

ଭୁବନେଶ୍ବର : ଦୀର୍ଘ ବର୍ଷର ପରିଶ୍ରମର ଅନ୍ତ ହେବାକୁ ଯାଉଛି। ନୂଆ ସରକାର ନେଇଛନ୍ତି ନୂଆ ନିଷ୍ପତ୍ତି। ଦୀର୍ଘ ବର୍ଷ ହେଲା ଲୋକସେବା ଭବନ ସାମ୍ବାଦିକଙ୍କ ପାଇଁ ନୋ ଏଣ୍ଟ୍ରି ଥିବା ବେଳେ ଏବେ ତାହା ପୁଣି ଥରେ ଉନ୍ମୁକ୍ତ ହେବାକୁ…

ପୁରୀ ଜିଲା ମୁଖ୍ୟ ଚିକିତ୍ସାଳୟରୁ ନକଲି ଡାକ୍ତର ଗିରଫ

ପୁରୀ: ପୁରୀ ଜିଲା ମୁଖ୍ୟ ଚିକିତ୍ସାଳୟରୁ ଜଣେ ନକଲି ଡାକ୍ତରଙ୍କୁ ଗିରଫ କରାଯାଇଛି। ଆପ୍ରନ ପିନ୍ଧିଷ୍ଟେଥୋ ସ୍କୋପ ପକାଇ ୭ ଦିନ ହେଲା ସେ ମେଡ଼ିକାଲରେ ବୁଲୁଥିଲେ। ଏହାସହିତ ସେ ୱାର୍ଡରେ ରୋଗୀଙ୍କୁ ଦେଖୁଥିଲେ, ହେଲେ ଔଷଧ ଲେଖୁନଥିଲେ। ଏହି ନକଲି…

ଚୋରାମଦ କାରବାରକୁ ନେଇ ତାତିଲେ ମହିଳା, ଟାୟାର ଜାଳି ରାସ୍ତାରୋକ

ରାଜନଗର: ଚୋରାମଦ ବ୍ୟବସାୟୀଙ୍କ ପାଦୁର୍ଭାବରେ ଅତିଷ୍ଠ ହୋଇ ରାସ୍ତାରୋକ କଲେ ମହିଳା। ଭିତରକନିକା ଓ ପେଣ୍ଠ ମୁଖ୍ୟ ରାସ୍ତାର କୁରୁଣ୍ଟି ଛକଠାରେ ଶତାଧିକ ମହିଳା ମଙ୍ଗଳବାର ଟାୟାର ଜାଳି ରାସ୍ତାରୋକ କରିଛନ୍ତି। ଇଂରାଜୀ ନୂତନ ବର୍ଷକୁ ନେଇ ପର୍ଯ୍ୟଟକମାନେ ଭିତରକନିକା, ପେଣ୍ଠ…

୮ ଆଇପିଏସ୍‌ ଅଫିସରଙ୍କୁ ପଦୋନ୍ନତି

ଭୁବନେଶ୍ବର : ରାଜ୍ୟର ୮ ଆଇପିଏସ୍ ଅଫିସରଙ୍କୁ ମିଳିଛି ପଦୋନ୍ନତି। ସେମାନଙ୍କ ମଧ୍ୟରେ ଅଛନ୍ତି ଦୁଇ ବରିଷ୍ଠ ଆଇପିଏସ୍‌ ଅଫିସର ଯତୀନ୍ଦ୍ର କୋୟଲ ଓ ପ୍ରତୀକ ମହାନ୍ତି। ୨୦୦୦ ବ୍ୟାଚ୍‌ ଆଇପିଏସ୍ ଅଫିସର ଯତୀନ୍ଦ୍ର କୋୟଲଙ୍କୁ ଏଡିଜି ପାହ୍ୟାକୁ ପଦୋନ୍ନତି ମିଳିଛି।…

ମହିଳା କମିଶନ ପରି ପୁରୁଷ କମିଶନ ଜରୁରୀ – ବାବା ବଳିଆ

ଭୁବନେଶ୍ବର : ପୁଣି ଥରେ ଚର୍ଚ୍ଚାକୁ ଆସିଛି ପୁରୁଷ କମିଶନ ଦାବି। ଆଉ ଏହି ଦାବି ଦୋହରାଇଛନ୍ତି ଆଧ୍ୟାତ୍ମିକ ଗୁରୁ ତଥା ଜଣାଶୁଣା ପ୍ରବଚକ ବାବା ବଳିଆ। ସେ କହିଛନ୍ତି, ମହିଳା କମିଶନ ପରି ପୁରୁଷ କମିଶନ ଓ ପିତା-ମାତା କମିଶନ…

ବିଦାୟୀ ବର୍ଷରେ ଭିଜିଲାନ୍ସ ଜାଲରେ ୧୮୧ ବାବୁ, ୨୫ ଚାକିରିରୁ ବହିଷ୍କୃତ

ଭୁବନେଶ୍ବର : ବିଦାୟୀ ବର୍ଷରେ ୧୮୧ ଜଣ ଦୁର୍ନୀତିଗ୍ରସ୍ତ ସରକାରୀ ବାବୁଙ୍କୁ ବାନ୍ଧିଛି ଭିଜିଲାନ୍ସ । କେବଳ ସରକାରୀ ବାବୁ ନୁହନ୍ତି ସେମାନଙ୍କ ସହଯୋଗୀଙ୍କୁ ବାନ୍ଧିବା ସହ ସେମାନଙ୍କ ନାଁରେ ରୁଜୁ ହୋଇଛି ୨ଶହରୁ ଅଧିକ ମାମଲା । ୧୮୧ ଜଣ…

ନନ୍ଦନକାନନରେ ସିମ୍ପାଞ୍ଜି ‘ଜୁଲୁ’ର ମୃତ୍ୟୁ, ୧୯୯୪ରେ ସିଙ୍ଗାପୁରରୁ ଅଣାଯାଇଥିଲା

ଭୁବନେଶ୍ବର: ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ୩୫ ବର୍ଷୀୟ ସିମ୍ପାଞ୍ଜି ‘ଜୁଲୁ’ର ମୃତ୍ୟୁ। ସୋମବାର ସକାଳେ ଜୁଲୁରୁ ମୃତ୍ୟୁ ହୋଇଥିବା ନେଇ ନନ୍ଦନକାନନ ଉପନିର୍ଦ୍ଦେଶକ ସନତ କୁମାର ନାରାୟଣ ସୂଚନା ଦେଇଛନ୍ତି। ଏହି ସିମ୍ପାଞ୍ଜିକୁ ୧୯୯୪ ମସିହା ମେ ୧୬ ତାରିଖରେ ସିଙ୍ଗାପୁର…

ଜାନୁଆରୀ ୭ରୁ ଆରମ୍ଭ ହେବ ଶୁଲିଆ ଯାତ୍ରା, ବଳି ରୋକିବାକୁ ସଚେତନ କରିବ ପ୍ରଶାସନ

ବଲାଙ୍ଗୀର: ଜାନୁଆରୀ ୭ରୁ ଆରମ୍ଭ ହେବାକୁ ଯାଉଛି ବଲାଙ୍ଗୀର ପ୍ରସିଦ୍ଧ ଶୁଲିଆ ଯାତ୍ରା। ୩ ଦିନ ଧରି ହେବାକୁ ଥିବା ଏହି ମହୋତ୍ସବ ପାଇଁ ସରିଛି ଜିଲ୍ଲା ପ୍ରଶାସନର ପ୍ରସ୍ତୁତି ବୈଠକ। ଦେଓଗାଁ ବ୍ଲକ ଖଇରଗୁଡ଼ା ବଡ଼ଖଳା ଓ ସାନଖଳାରେ ହେବାକୁ…