West bengal ed raid at residence of former education minister partha chatterjee

କୋଲକତା: ଶନିବାର ସକାଳେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର ଏକ ଦଳ ପୂର୍ବତନ ଶିକ୍ଷା ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ଦକ୍ଷିଣ କୋଲକାତା ସ୍ଥିତ ବାସଭବନରେ ଚଢ଼ାଉ କରିଛି।

ସେବା ଆୟୋଗ ଶିକ୍ଷକ ନିଯୁକ୍ତି ଦୁର୍ନୀତି ଘଟଣାରେ ଚଢାଉ କରିଥିବା ସୂଚନା ରହିଛି। ପଶ୍ଚିମବଙ୍ଗରେ ସ୍କୁଲ ସେବା ଆୟୋଗ ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲାରେ ଶ୍ରୀ ଚାଟାର୍ଜୀ ଏବଂ ତାଙ୍କ ନିକଟ ସହଯୋଗୀ ଅର୍ପିତା ମୁଖାର୍ଜୀଙ୍କୁ ଜୁଲାଇ ୨୦୨୨ରେ ଗିରଫ କରାଯାଇଥିଲା। ଅର୍ପିତାଙ୍କ ଆପାର୍ଟମେଣ୍ଟରୁ ଗଦା ଗଦା ନଗଦ ଏବଂ ଅଳଙ୍କାର ମିଳିବା ପରେ ତାଙ୍କୁ ମଧ୍ୟ ଗିରଫ କରାଯାଇଥିଲା। ଉଭୟ ଜାମିନ ପାଇ ଜେଲରୁ ମୁକ୍ତ ହୋଇଛନ୍ତି। ଇଡି ସହ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ମଧ୍ୟ ଉକ୍ତ ମାମଲାର ତଦନ୍ତ କରୁଛି।

ଗତ ବର୍ଷ ସେପ୍ଟେମ୍ବର ମାସରେ କୋଲକତା ଉଚ୍ଚ ଅଦାଲତ ପାର୍ଥ ଚାଟାର୍ଜୀଙ୍କୁ ଜାମିନ ପ୍ରଦାନ କରିଥିଲେ। ଜାମିନ ଆଦେଶ ସତ୍ତ୍ୱେ ସର୍ବୋଚ୍ଚ ଅଦାଲତଙ୍କ ନିର୍ଦ୍ଦେଶ ଯୋଗୁଁ ତାଙ୍କୁ ତୁରନ୍ତ ମୁକ୍ତ କରାଯାଇ ନଥିଲା। ଯେଉଁଥିରେ କୁହାଯାଇଥିଲା ଯେ ଚାଟାର୍ଜୀ କେବଳ ଦୁଇ ମାସ ମଧ୍ୟରେ ଟ୍ରାଏଲ୍ କୋର୍ଟ ସାକ୍ଷୀଙ୍କ ଯାଞ୍ଚ ସମାପ୍ତ କରିବା ପରେ ମୁକ୍ତ ହେବେ। ଶେଷରେ ତାଙ୍କୁ ୨୦୨୫ ମସିହା ନଭେମ୍ବର ୧୧ରେ ନ୍ୟାୟିକ ହାଜତରୁ ମୁକ୍ତ କରାଯାଇଥିଲା।

Share