Ta

ନୂଆଦିଲ୍ଲୀ: ଟାଟା ଗ୍ରୁପ୍‌ ଆସନ୍ତା ଅଢ଼େଇ ବର୍ଷ ମଧ୍ୟରେ ଉଭୟ ଘରୋଇ ଓ ବିଶ୍ୱ ବଜାର ପାଇଁ ଭାରତରେ ଆପଲ୍‌ ଆଇଫୋନ୍‌ ତିଆରି କରିବ ବୋଲି ଇଲେକ୍ଟ୍ରୋନିକ୍ସ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର ଘୋଷଣା କରିଛନ୍ତି।
ଚନ୍ଦ୍ରଶେଖର କହିଛନ୍ତି, ‘ଏବେ ଆଉ ମାତ୍ର ଅଢ଼େଇ ବର୍ଷ ମଧ୍ୟରେ ଟାଟା ଗ୍ରୁପ୍‌ ଭାରତରୁ ଘରୋଇ ଓ ବିଶ୍ୱ ବଜାର ପାଇଁ ଆଇଫୋନ୍‌ ତିଆରି କରିବା ଆରମ୍ଭ କରିବ। ୱିଷ୍ଟ୍ରୋନ୍‌ ପରିଚାଳନା ଦାୟିତ୍ୱ ନେଇଥିବାରୁ ଟାଟା ଟିମକୁ ଅଭିନନ୍ଦନ’ ବୋଲି ସେ କହିଛନ୍ତ।

ଉଲ୍ଲେଖଯୋଗ୍ୟ, ଟାଟା ଗ୍ରୁପ୍‌ କର୍ଣ୍ଣାଟକରେ ୱିଷ୍ଟ୍ରୋନ୍‌ କର୍ପୋରେସନ୍‌ କାରଖାନାକୁ ନିଜ ଅକ୍ତିଆରକୁ ନେଇଛି। କାରଖାନାରେ ୧୦,୦୦୦ରୁ ଅଧିକ କର୍ମଚାରୀ ଅଛନ୍ତି ଯାହାର ମୂଲ୍ୟ ୬୦୦ ନିୟୁତ ଡଲାରରୁ ଅଧିକ ଏବଂ ବର୍ତ୍ତମାନ ଏହା ଆଇଫୋନ୍‌ ୧୪ ମଡେଲକୁ ଆସେମ୍ବଲ କରୁଛି।

ଏହି ଗ୍ରୁପ୍‌ ଆପଲ୍‌ ଯୋଗାଣକାରୀ ୱିଷ୍ଟ୍ରୋନ୍‌ କର୍ପୋରେସନର କାର୍ଯ୍ୟକୁ ଅଧିଗ୍ରହଣ କରିଛି; ଯାହା ଆଜି ଅନୁଷ୍ଠିତ ହୋଇଥିବା ଏକ ବୋର୍ଡ ବୈଠକରେ ଏହି ଘୋଷଣା କରିଛି। ଭାରତୀୟ କଂପାନିଗୁଡ଼ିକୁ ନେଇ ଭାରତରୁ ଏକ ବିଶ୍ୱସ୍ତରୀୟ ଯୋଗାଣ ଶୃଙ୍ଖଳା ନିର୍ମାଣ କରିଥିବାରୁ କେନ୍ଦ୍ରମନ୍ତ୍ରୀ ୱିଷ୍ଟ୍ରୋନ୍‌କୁ ଧନ୍ୟବାଦ ଜଣାଇଛନ୍ତି।

Share