Cm 7

ଭୁବନେଶ୍ୱର : ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।  ରାଜ୍ୟରେ ବିଜେପି ସରକାର ୨ ବର୍ଷ ପୂର୍ତ୍ତି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗ ଦେବେ ।  ପ୍ରଧାନମନ୍ତ୍ରୀ ଓଡ଼ିଶା ଆସିବେ ନେଇ ଗ୍ରୀନ ସିଗନାଲ ମିଳିଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।  ଗତ ୪ ଦିନ ତଳେ ଦିଲ୍ଲୀରେ ପ୍ରଧାନମନ୍ତ୍ରୀଙ୍କୁ ଓଡ଼ିଶା ଆସିବାକୁ ନିମନ୍ତ୍ରଣ ଦେଇଥିଲୁ ।  ଜୁନ୍ ୧୨, ଜୁନ୍ ୨୦ କିମ୍ବା ସେପ୍ଟେମ୍ବର ୧୭ରେ ନିଜର ସମୟ ଦିଅନ୍ତୁ ବୋଲି ଅନୁରୋଧ କରାଯାଇଛି ।

ଆଜି ଏନେଇ ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି ।   ଏଠାରେ ଉଲ୍ଲେଖନୀୟ ଯେ ଚାରି ଦିନ ପୂର୍ବେ ନୂଆଦିଲ୍ଲୀରେ ମୋଦିଙ୍କ ସହ ସାକ୍ଷାତ ସମୟରେ ମାଝୀ ତାଙ୍କୁ ତାଙ୍କ ସରକାରଙ୍କ ଦ୍ୱିତୀୟ ବାର୍ଷିକୀ ସମାରୋହରେ ଯୋଗଦେବା ପାଇଁ ନିମନ୍ତ୍ରଣ କରିଥିଲେ ।  ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ ଯେ ସେ ପ୍ରଧାନମନ୍ତ୍ରୀଙ୍କୁ ଜୁନ୍ ୧୨ କିମ୍ବା ଜୁନ୍ ୨୦ କିମ୍ବା ସେପ୍ଟେମ୍ବର ୧୭ ତାରିଖରେ ଏହି ଉତ୍ସବ ପାଇଁ ଓଡ଼ିଶା ଗସ୍ତ କରିବାକୁ ଅନୁରୋଧ କରିଛନ୍ତି ।

Share