ନୂଆଦିଲ୍ଲୀ : ସମଗ୍ର ଦେଶରେ ବକ୍ରି ଇଦ ଆଜି ପାଳନ କରାଯାଉଛି । ଏନେଇ ଦେଶର ସମସ୍ତ ମୁସଲମାନ ଭାଇ ଭଉଣୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀ | ରାଷ୍ଟ୍ରପତି ଏକ୍ସରେ ପୋଷ୍ଟ କରି କହିଛନ୍ତି, ଇଦ୍-ଉଲ୍-ଅଜହା ଅବସରରେ ସମସ୍ତ ଦେଶବାସୀ, ଖାସ୍ କରି ମୁସଲମାନ ଭାଇ-ଭଉଣୀଙ୍କୁ ହାର୍ଦ୍ଦିକ ଶୁଭକାମନା ଜଣାଉଛି । ବକ୍ରି ଇଦର ସମର୍ପଣ, ତ୍ୟାଗ ଏବଂ ବଳିଦାନର ପ୍ରତୀକ । ଏହି ପର୍ବ ଆମେ ମାନବତାର ସେବା କରିବାକୁ ପ୍ରେରଣା ଦିଏ । ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ଇଦ୍-ଉଲ୍- ଅଜହାର ଶୁଭକାମନା । ପ୍ରାର୍ଥନା କରୁଛି କି, ଏହି ଉତ୍ସବ ଆମ ସମାଜରେ ଭାଇଚାରା ଏବଂ ଖୁସିର ଭାବନାକୁ ମଜବୁତ କରିବ । ସମସ୍ତଙ୍କ ସଫଳତା ଏବଂ ସୁସ୍ଥ ସ୍ବାସ୍ଥ୍ୟ ପାଇଁ ପ୍ରାର୍ଥନା ।

