Gxrfhg8aiaar4yr 2025 08 01 19 38

କାନପୁର : ଉତ୍ତରପ୍ରଦେଶର କାନପୁର ନିକଟରେ ସାବରମତୀ ଜନସାଧରଣ ଏକ୍ସପ୍ରେସ୍ (ଟ୍ରେନ୍ ନମ୍ବର ୧୫୨୬୯) ଲାଇନଚ୍ୟୁତ ହୋଇଛି। ପନକି ଷ୍ଟେସନରୁ ଭାବପୁର ଅଭିମୁଖେ ଯାଉଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା। ଲାଇନ ନମ୍ବର-୪ରେ ପ୍ରବେଶ କରିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା। ବର୍ତ୍ତମାନସୁଦ୍ଧା କୌଣସି ଜୀବନ କିମ୍ବା ସମ୍ପତ୍ତି କ୍ଷତିର ରିପୋର୍ଟ ହସ୍ତଗତ ହୋଇନାହିଁ । ଟ୍ରେନରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି ବୋଲି କୁହାଯାଉଛି। ରେଳ ପ୍ରଶାସନ ଦଳ ଘଟଣାସ୍ଥଳରେ ପହଞ୍ଚିଛନ୍ତି ଏବଂ ରିଲିଫ୍ କାର୍ଯ୍ୟ କରାଯାଉଛି। ପ୍ରଭାବିତ ଅଂଶରେ ପୁଣି ଥରେ ଟ୍ରାଫିକ୍ ପୁନରୁଦ୍ଧାର ପାଇଁ ପ୍ରୟାସ ଜାରି ରହିଛି।

ରେଳବାଇ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଉତ୍ତର କେନ୍ଦ୍ରୀୟ ରେଳବାଇର ପ୍ରୟାଗରାଜର କାନପୁର-ଟୁଣ୍ଡଲା ସେକ୍ସନର ଭାଉପୁର ୟାର୍ଡ ନିକଟରେ ଏହି ଦୁର୍ଘଟଣା ଘଟିଛି। ଟ୍ରେନ ପରିଚାଳକ ଅପରାହ୍ନ ୪.୨୦ ରେ ସୂଚନା ଦେଇଥିଲେ ଯେ ଟ୍ରେନ ନମ୍ବର: ୧୫୨୬୯ (ମୁଜାଫରପୁର-ସାବରମତୀ ଜନସାଧରଣ ଏକ୍ସପ୍ରେସ୍)ର ଦୁଇଟି କୋଚ୍ (ଇଞ୍ଜିନରୁ ଷଷ୍ଠ ଏବଂ ସପ୍ତମ) ଲାଇନଚ୍ୟୁତ ହୋଇଛି। ଦୁର୍ଘଟଣା ପରେ ତୁରନ୍ତ ରେଳବାଇ ପକ୍ଷରୁ ହେଲ୍ପଲାଇନ୍ ନମ୍ବର ଜାରି କରାଯାଇଛି।

Share