ଦିଲ୍ଲୀରୁ ମୁମ୍ବଇ ସିଧାସଳଖ ବିମାନ ଯାତ୍ରା ପାଇଁ ଟିକେଟ ଦର ୨୫ ହଜାର ୧୬୧ ଟଙ୍କା ରହିଛି। ଯିବା ଆସିବା ପାଇଁ ଏହା ୪୮ ହଜାର ୯୭୨ ଟଙ୍କା ରଖାଯାଇଛି। ତାହା ପୁଣି ଟିକସ ବ୍ୟତୀତ। ପୂର୍ବରୁ ଏହା ୧୨ରୁ ୧୩ ହଜାର ମଧ୍ୟରେ ରହିଥିଲା। ସେହିପରି ମୁମ୍ବଇରୁ ଦିଲ୍ଲୀ ଯିବାଆସିବା ଟିକେଟ ଦର ୪୬ ହଜାର ୮୦୦ ଟଙ୍କା ରଖାଯାଇଛି।
ଅନ୍ୟପଟେ ଦିଲ୍ଲୀରୁ କଲକତା ଟିକେଟ ଦର ୩୨ ହଜାରରୁ ୩୯ ହଜାର ପର୍ଯ୍ୟନ୍ତ ରଖାଯାଇଛି। ଡିସେମ୍ବର ୬ ତାରିଖ ଯାତ୍ରା ପାଇଁ ଏହି ମୂଲ୍ୟ ଧାର୍ଯ୍ୟ କରାଯାଇଛି। ସେହିପରି କଲକାତାରୁ ଦିଲ୍ଲୀ ୨୨ ହଜାରରୁ ୩୮ ହଜାର ପର୍ଯ୍ୟନ୍ତ ରହିଛି।
ଦିଲ୍ଲୀରୁ ବେଙ୍ଗାଲୁରୁ ବିମାନ ଟିକେଟ ମୂଲ୍ୟ ବୃଦ୍ଧି ପାଇ ୮୦ ହଜାରରୁ ୮୮ ହଜାର ଟଙ୍କା ମଧ୍ୟରେ ରହିଛି। ଅନ୍ୟ ସାଧାରଣ ଦିବସରେ ଏହା ୧୪ ହଜାର ଟଙ୍କା ରହିଥିଲା। ଯେଉଁଠି ଭାରତରୁ ଦୁବାଇକୁ ବିମାନ ଯାତ୍ରା ୧୫ ହଜାର ଟଙ୍କା ଭିତରେ ହୋଇଯାଉଛି ସେଠାରେ ଦେଶ ଭିତରେ ଟିକେଟ ଦର ଏଭଳି ବୃଦ୍ଧି ପାଇବାକୁ ନେଇ ଯାତ୍ରୀ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।

