କାରଣ ହମିଦ ହେଉଛନ୍ତି ଜେଲରେ ଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଘନିଷ୍ଠ। ଏକ ହାଉସିଂ ପ୍ରକଳ୍ପର ତଦନ୍ତ ସମୟରେ ତାଙ୍କ ବିରୋଧରେ ତଦନ୍ତ ଆରମ୍ଭ ହୋଇଥିଲା। ଏହା ପରେ ୨୦୨୪ରେ ତାଙ୍କୁ ଅଟକ ରଖାଯାଇଥିଲା।
ଗୁରୁବାର ଦଣ୍ଡ ଘୋଷଣା ନ ହେବା ପର୍ଯ୍ୟନ୍ତ ତାଙ୍କ ବିରୋଧରେ କି ଅଭିଯୋଗ ରହିଥିଲା ଏବଂ ତଦନ୍ତ ସମ୍ପର୍କରେ କିଛି ତଥ୍ୟ ସାର୍ବଜନିନ କରାଯାଇ ନ ଥିଲା। ତେବେ ନିରାପତ୍ତା ବିଶେଷଜ୍ଞ ସୟିଦ ମହମ୍ମଦ ଅଲି କହିଛନ୍ତି ଯେ, ନିଜକୁ ନିର୍ଦୋଷ ପ୍ରମାଣିତ କରିବା ଲାଗି ଯଥେଷ୍ଟ ସୁଯୋଗ ଦିଆଯାଇଥିଲା। କୌଣସି ଅଧିକାରୀ, ଯେତେବଡ଼ ପଦବୀରେ ଥାଆନ୍ତୁ ନାଁ କାହିଁକି, ସେମାନଙ୍କୁ ରାଜନୀତିରେ ହସ୍ତକ୍ଷେପ କରିବାର ସୁଯୋଗ ଦିଆଯିବ ନାହିଁ। କୋର୍ଟଙ୍କ ରାୟରୁ ଏହା ପ୍ରମାଣିତ ହୋଇଛି। ହମିଦଙ୍କ ମାମଲା ସମସ୍ତ ସେନା ଅଧିକାରୀଙ୍କ ପାଇଁ ଏକ ଉଦାହରଣ। ଇମ୍ରାନଙ୍କ ସହିତ ତାଙ୍କ ରାଜନୈତିକ ସମ୍ପର୍କକୁ ନେଇ ଅନେକ ଚର୍ଚ୍ଚା ହୋଇଆସିଥିଲା।

