ନୂଆଦିଲ୍ଲୀ : ଲିବିୟା ପୂର୍ବତନ ଏକଛତ୍ରବାଦୀ କର୍ଣ୍ଣେଲ ମୁଅମ୍ମର ଗଦ୍ଦାଫିଙ୍କ ପୁଅ ସୈଫ ଅଲ-ଇସଲାମ ଗଦ୍ଦାଫିଙ୍କୁ ହତ୍ୟା । ସୈଫ ଅଲ୍ ଗଦ୍ଦାଫିଙ୍କୁ ତାଙ୍କ ଘରେ ପଶି ୪ ମୁଖା ପିନ୍ଧା ଦୁର୍ବୃତ୍ତ ହତ୍ୟା କରିଥିବା ସୂଚନା ମିଳିଛି । ୫୩ ବର୍ଷୀୟ ସୈଫ ଅଲ୍ ଗଦ୍ଦାଫିଙ୍କୁ ଗୁଳି କରି ହତ୍ୟା କରିଛନ୍ତି ଦୁର୍ବୃତ୍ତ । ୨୦୧୧ ବିଦ୍ରୋହ ପରେ ସୈଫଙ୍କୁ ଗିରଫ କରାଯାଇ ଅଟକ ରଖାଯାଇଥିଲା ଏବଂ ଯୁଦ୍ଧ ଅପରାଧ ପାଇଁ ତାଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଥିଲା ।
ଅନ୍ତର୍ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ପଶ୍ଚିମ ଲିବିୟାର ଜିନ୍ତାନ ସହରସ୍ଥିତ ତାଙ୍କ ବାସଭବନରରେ ୪ ଜଣ କମାଣ୍ଡୋ ୟୁନିଟ୍ ତାଙ୍କୁ ଗୁଳି କରି ହତ୍ୟା କରିଛନ୍ତି । ଜିନ୍ତାନ ରାଜଧାନୀ ତ୍ରିପୋଲିରୁ ପ୍ରାୟ ୧୩୬ କିଲୋମିଟର ଦକ୍ଷିଣ-ପଶ୍ଚିମରେ ଅବସ୍ଥିତ । ସୈଫ୍ ଅଲ୍-ଇସଲାମ ଗଦ୍ଦାଫି ପୂର୍ବତନ ଲିବିଆନ୍ ଏକଛତ୍ରବାଦୀ କର୍ଣ୍ଣେଲ ମୁଅମ୍ମର ଗଦ୍ଦାଫିଙ୍କ ପୁଅ । ୫୩ ବର୍ଷୀୟ ସୈଫ୍ ଅଲ୍-ଇସଲାମ ଗଦ୍ଦାଫିଙ୍କୁ ତାଙ୍କ ପିତା ମୁଅମ୍ମର ଗଦ୍ଦାଫିଙ୍କ ହତ୍ୟା ପରଠାରୁ ତାଙ୍କର ସମ୍ଭାବ୍ୟ ଉତ୍ତରାଧିକାରୀ ଭାବରେ ବିବେଚନା କରାଯାଉଥିଲା ।

