Raghav

ନୂଆଦିଲ୍ଲୀ : ରାଜ୍ୟସଭାରେ ଆମ ଆଦମୀ ପାର୍ଟିର ଉପନେତା ପଦରୁ ହଟିବାର କିଛି ଘଣ୍ଟା ପରେ ସୋସିଆଲ ମିଡିଆରେ ପ୍ରଥମ ପ୍ରତିକ୍ରିୟା ଦେଇଛନ୍ତି ସାଂସଦ ରାଘବ ଚଢା । ମୋ ନୀରବାତକୁ ହାରିବା ଭାବିବନି ବୋଲି କହିଛନ୍ତି ରାଘବ । ସୋସିଆଲ ମିଡିଆରେ ସେ କେବଳ ରାଜ୍ୟସଭାରେ ଦେଇଥିବା କିଛି ଭାଷଣର ଛୋଟ ଛୋଟ ଯୋଡ଼ା ହୋଇଥିବା ଅଂଶକୁ ସେୟାର କରିଛନ୍ତି ।

ସୋସିଆଲ ମିଡିଆ ପ୍ଲାଟଫର୍ମ Xରେ ୨ମିନିଟ୍ ୧୮ ସେକେଣ୍ଡର ଏକ ଏକ ଭିଡିଓ ପୋଷ୍ଟ କରିଛନ୍ତି ଆପ୍ ନେତା ରାଘବ ଚଢା । କ୍ୟାପ୍ସନରେ ଲେଖାଅଛି କହିଛନ୍ତି, ଚୁପ୍ ଅଛି ହାରିନାହିଁ । ‘ଆମ୍ ଆଦମୀ’କୁ ମୋର ମେସେଜ୍ । ଭିଡିଓରେ ରାଘବ କହିଛନ୍ତି, ସଂସଦରେ ସେ ଏପରି ପ୍ରସଙ୍ଗ ଉଠାଇଛନ୍ତି ଯାହା ସାଧାରଣତଃ ସଂସଦରେ ଉଠାଯାଏ ନାହିଁ । ଯେଉଁ ପ୍ରସଙ୍ଗ ଉପରେ ଆଲୋଚନା ହୋଇନାହିଁ । ମୁଁ ଜନତାଙ୍କ ପ୍ରସଙ୍ଗ ଉଠାଏ । ତେବେ ଏପରି ପ୍ରସଙ୍ଗ ଉଠାଇବା କ’ଣ ଅପରାଧ ? ଜନତାଙ୍କ ସମସ୍ୟା ଉଠାଇବା କ’ଣ ଅପରାଧ ?

ଏ ପ୍ରଶ୍ନ ମୁଁ ଏଥିପାଇଁ ପଚାରୁଛି ଆମ୍ ଆଦମୀ ପାର୍ଟି ରାଜ୍ୟସଭା ସେକ୍ରେଟାରୀକୁ କହିଛି କି, ରାଘବ ଚଢାଙ୍କୁ ପାର୍ଲାମେଣ୍ଟରେ କହିବା ଉପରେ ରୋକ୍ ଲଗାଯାଉ । ମୋ କହିବା ଉପରେ ଜଣେ କାହିଁକି ରୋକ ଲଗାଇବାକୁ ଛାହୁଁଛନ୍ତି ? ମୁଁ ଯେବେ ବି କୁହେଁ ସାଧାରଣ ଲୋକଙ୍କ କଥା କୁହେ । ଏୟାରପୋର୍ଟରେ ମିଳୁଥିବା ମହଙ୍ଗା ଖାଦ୍ୟ କଥା କହିଥିଲି, ଜମାଟୋ, ବ୍ଲିକିଟ୍ ଡେଲିଭରୀ ରାଇଡର୍ସଙ୍କ କଥା କହିଥିଲି, ଖାଦ୍ୟରେ ଅପମିଶ୍ରମଣ କଥା କହିଥିଲି, ଟୋଲ୍ ପ୍ଲାଜାରୁ ନେଇ ବ୍ୟାଙ୍କ ଚାର୍ଜ ଲୁଟ, ମଧ୍ୟବିତ୍ତଙ୍କ ଉପରେ ଟ୍ୟାକ୍ସ ବୋଝ, ଟେଲିକମ ରିଚାର୍ଜ ସମସ୍ୟା ଉପରେ କହିଥିଲି । ଏହି ପ୍ରସଙ୍ଗ ଉଠାଇବାକୁ ଦେଶର ସାଧାରଣ ଲୋକଙ୍କୁ ଫାଇଦା ମିଳିଲା ହେଲେ ଆମ୍ ଆଦମୀ ପାର୍ଟିର କଣ କ୍ଷତି ହେଲା ବୋଲି ପ୍ରଶ୍ନ କରିଛନ୍ତି ରାଘବ ।

Share