1

ତେହେରାନ: ଇରାନର ଗୁପ୍ତଚର ମୁଖ୍ୟ ମାଜିଦ୍ ଖାଦେମି ନିହତ । ଇରାନର ସରକାରୀ ଗଣମାଧ୍ୟମ ଏବଂ ଇସଲାମିକ୍ ରିଭୋଲ୍ୟୁସନାରୀ ଗାର୍ଡ କର୍ପସ (IRGC) ପକ୍ଷରୁ ଏକ ବଡ଼ ଘୋଷଣା କରାଯାଇଛି । IRGC ଗୁପ୍ତଚର ସଂସ୍ଥାର ମୁଖ୍ୟ, ମେଜର ଜେନେରାଲ ସୟଦ ମାଜିଦ୍ ଖାଦେମି ଏକ ଆକ୍ରମଣରେ ନିହତ ହୋଇଛନ୍ତି । ଇରାନ ପକ୍ଷରୁ ଏହାକୁ ଆମେରିକା ଏବଂ ଇସ୍ରାଏଲର ଏକ “ଅପରାଧିକ ଆତଙ୍କବାଦୀ ଆକ୍ରମଣ” ବୋଲି କୁହାଯାଇଛି ।
ମାଜିଦ୍ ଖାଦେମି ଇରାନର ସୁରକ୍ଷା ବ୍ୟବସ୍ଥାର ଜଣେ ଅତି ଅଭିଜ୍ଞ ଏବଂ ବରିଷ୍ଠ ଅଧିକାରୀ ଥିଲେ । ୨୦୨୫ ଜୁନ୍ ମାସରେ, ଯେତେବେଳେ ଇରାନର ସାମରିକ ବିଭାଗରେ ଅନେକ ବଡ଼ ପରିବର୍ତ୍ତନ ଚାଲିଥିଲା, ସେତେବେଳେ ତାଙ୍କୁ IRGC ଗୁପ୍ତଚର ସଂସ୍ଥାର ମୁଖ୍ୟ ଭାବରେ ନିଯୁକ୍ତ କରାଯାଇଥିଲା । ଏହା ସହିତ ସେ ‘IRGC ଇଣ୍ଟେଲିଜେନ୍ସ ପ୍ରୋଟେକ୍ସନ ଅର୍ଗାନାଇଜେସନ’ର ମଧ୍ୟ ଦାୟିତ୍ୱ ତୁଲାଉଥିଲେ ।
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରବିବାର ଦିନ ସୋସିଆଲ ମିଡିଆରେ ଦାବି କରିଥିଲେ କି, ତେହରାନରେ ଅନେକ ଶୀର୍ଷ ସୈନ୍ୟ ନେତାଙ୍କୁ ହତ୍ୟା କରାଯାଇଛି । ଏହି ପୋଷ୍ଟ ସହିତ ଏକ ଭିଡିଓ ମଧ୍ୟ ସେୟାର କରିଛନ୍ତି । ଟ୍ରମ୍ପ ଚେତାବନୀ ଦେଇ କହିଛନ୍ତି, ମଙ୍ଗଳବାର ସନ୍ଧ୍ୟା ସୁଦ୍ଧା ଷ୍ଟ୍ରେଟ୍ ଅଫ ହର୍ମୁଜ ଯଦି ପୁଣି ଖୋଲାନ ଯାଏ, ତେବେ ପାୱର ପ୍ଲାଣ୍ଟ ଏବଂ ପୋଲକୁ ନଷ୍ଟ କରାଯିବ ।
ତେବେ ଟ୍ରମ୍ପଙ୍କ ଧମକ ପରେ ଇରାନୀ ସଂସଦ ସ୍ପିକର ମହମ୍ମଦ ବାକର ଗଲିବଫ କଡ଼ା ପ୍ରତିକ୍ରିୟା ଦେଇଛନ୍ତି । ସେ କହିଛନ୍ତି, ଟ୍ରମ୍ପଙ୍କ ଏଭଳି ଦାୟିତ୍ବହୀନତା ଯୋଗୁଁ ଦେଶ ନର୍କରେ ପରିଣତ ହେବ ।

Share