ଭୁବନେଶ୍ୱର: ସମସ୍ତ ଜିଲ୍ଲାର ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଓସେପାର ନିର୍ଦ୍ଦେଶ । ଖରାଛୁଟି ପୂର୍ବରୁ ଛାତ୍ରଛାତ୍ରୀଙ୍କୁ ୟୁନିଫର୍ମ ଦେବାକୁ ନିର୍ଦ୍ଦେଶ। ଖରାଛୁଟି ଆରମ୍ଭ ହେବା ପୂର୍ବରୁ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ବଣ୍ଟାଯିବ ୟୁନିଫର୍ମ। ୟୁନିଫର୍ମ ବଣ୍ଟନ ପ୍ରକ୍ରିୟା ଶେଷ ପାଇଁ ଓସେପା ଦେଇଛି ନିର୍ଦ୍ଦେଶ।
ଶିଶୁବାଟିକାରୁ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ସ୍କୁଲ ୟୁନିଫର୍ମ ବଣ୍ଟନ କରାଯିବ । ଜିଲ୍ଲାସ୍ତରୀୟ କମିଟି ଦ୍ୱାରା ୨୦୨୫-୨୬ ବର୍ଷ ପାଇଁ ଚୟନ ହୋଇଥିବା ସମାନ ଏଜେନ୍ସି ଏବଂ ସପ୍ଲାଏର ୨୦୨୬-୨୭ ଶିକ୍ଷାବର୍ଷ ପାଇଁ ୟୁନିଫର୍ମ ଯୋଗାଇବେ । ଗତବର୍ଷ ଛାତ୍ରଛାତ୍ରୀଙ୍କୁ ୟୁନିଫର୍ମ ବଣ୍ଟନରେ ଅହେତୁକ ବିଳମ୍ୱ ପରେ ଏବେ ଆଗୁଆ ସତର୍କ ହୋଇଛି ଓସେପା ।

