ତେବେ ଆଜି ପ୍ରାୟତଃ ଶାନ୍ତିପୂର୍ଣ୍ଣ ଭାବେ ଭୋଟ୍‌ ଗ୍ରହଣ ଶେଷ ହୋଇଥିଲେ ମଧ୍ୟ କିଛି ସ୍ଥାନରେ ହିଂସା ଉପୁଜିଛି। ଆସାମର ଦିଫୁ ନିର୍ବାଚନମଣ୍ଡଳୀର ଏକ ପୋଲିଂ ବୁଥ୍‌ର ଭିଡିଓ କେହିଜଣେ ସୋସିଆଲ ମିଡିଆରେ ସେୟାର କରିଥିବାରୁ ଏହାକୁ ବିରୋଧ କରି ଏତଲା ରୁଜୁ ହୋଇଛି। ଆସାମର କର୍ବି ଆଙ୍ଗଲଙ୍ଗ ଜିଲ୍ଲା ପ୍ରଶାସନ ଦ୍ବାରା ଅଭି‌ଯୋଗ ଦାଏର କରାଯାଇଛି ଏବଂ ଉକ୍ତ ଘଟଣାରେ ତଦନ୍ତ ଆରମ୍ଭ ହୋଇଛି। ପୁଡ଼ୁଚେରୀର ମନ୍ନାଦିପେଟ ନିର୍ବାଚନମଣ୍ଡଳୀରେ ଆଜି ବିଜେପି ଏବଂ କଂଗ୍ରେସ କର୍ମୀଙ୍କ ମଧ୍ୟରେ ସଂଘର୍ଷ ଉପୁଜିଛି।

ମିଳିଥିବା ସୂଚନାନୁଯାୟୀ ତିରୁକନୁର ଗ୍ରାମର ଏକ ଭୋଟିଂ ବୁଥ୍‌ ନିକଟରେ କିଛି ବି‌‌ଜେପି କର୍ମୀ ଠିଆ ହୋଇଥିବାବେଳେ କଂଗ୍ରେସ କର୍ମୀମାନେ ସେମାନଙ୍କୁ ବିରୋଧ କରିଥିଲେ। କଂଗ୍ରେସ କର୍ମୀମାନେ କହିଥିଲେ କେବଳ ଭୋଟରମାନେ ହିଁ ଏଠାରେ ରହିପାରିବେ। ଏହି ଘଟଣାକୁ ନେଇ ଯୁକ୍ତିତର୍କ ଏବଂ ପରେ ସଂଘର୍ଷ ଉପୁଜିଥିଲା। କେରଳରେ ମଧ୍ୟ କିଛି ଭୋଟିଂ ବୁଥ୍‌ରେ ବିଜେପି ଏବଂ କଂଗ୍ରେସ କର୍ମୀମାନଙ୍କ ମଧ୍ୟରେ ସଂଘର୍ଷ ଉପୁଜିଥିବା ଜଣାପଡ଼ିଛି।