ନୂଆଦିଲ୍ଲୀ : ଇରାନ-ଆମେରିକା ଅସ୍ତ୍ରବିରତି ପରେ ଲେବାନନର ରାଜଧାନୀ ଉପରେ ଆକ୍ରମଣ କରିଛି ଇସ୍ରାଏଲ । ଏହି ଆକ୍ରମଣରେ ହିଜବୁଲ୍ଲା ନେତା ନଇମ କାସିମର ବ୍ୟକ୍ତିଗତ ପରାମର୍ଶଦାତା ଏବଂ ପୁତୁରାର ମୃତ୍ୟୁ ହୋଇଛି ବୋଲି ଇସ୍ରାଏଲ ଦାବି କରିଛି ।
ଇସ୍ରାଏଲ ସେନା (IDF) ଅନୁସାରେ, ବେରୁତର ତଲ୍ଲେତ ଖାୟାତ ଅଞ୍ଚଳରେ ହିଜବୁଲ୍ଲାର ଆଡ୍ଡା ଉପରେ ଆକ୍ରମଣ ହୋଇଥିଲା । ଏଥିରେ ଅଲୀ ୟୁସୁଫ ହର୍ଷିକୁ ଟାର୍ଗେଟ କରିଥିଲା ଇସ୍ରାଏଲ । ଏହି ଭୟଙ୍କର ଆକ୍ରମଣରେ ତଲ୍ଲେତ ଖାୟାତ ଅଞ୍ଚଳରେ ଏକ ବହୁତଳ କୋଠା ଧ୍ବଂସ ହୋଇଛି । ମୃତ ହିଜବୁଲ୍ଲା ନେତା ନଇମ କାସିମଙ୍କ ପୁତୁରା ଏବଂ ବ୍ୟକ୍ତିଗତ ପରାମର୍ଶଦାତା ଥିଲା ।
ଇସ୍ରାଏଲ ସେନା ପକ୍ଷରୁ କୁହାଯାଇଛି ଯେ, ଦକ୍ଷିଣ ଲେବାନନରେ ପ୍ରାୟ ୧୦ଟି ଅସ୍ତ୍ରଶସ୍ତ୍ର ଡିପୋ, ରକେଟ୍ ଲଞ୍ଚର୍ ଏବଂ ହିଜବୁଲ୍ଲା ମୁଖ୍ୟାଳୟ ଉପରେ ଆକ୍ରମଣ କରାଯାଇଛି ।
ଇରାନ ସହିତ ଯୁଦ୍ଧବିରତି ଚୁକ୍ତିନାମା ସତ୍ତ୍ୱେ, ଇସ୍ରାଏଲର ଲେବାନନ ଉପରେ ଆକ୍ରମଣ ଜାରି ରହିଛି । ବୁଧବାର ଠାରୁ ଇସ୍ରାଏଲର ଆକ୍ରମଣରେ ୨୫୪ ଜଣ ପ୍ରାଣ ହରାଇଛନ୍ତି ଏବଂ ୧,୧୬୫ ରୁ ଅଧିକ ଆହତ ହୋଇଛନ୍ତି ।

