Kanker

ଛତିଶଗଡ଼ : ଗତକାଲି ରାତିରେ ଛତିଶଗଡ଼ କାଙ୍କେରରୁ ଏକ ଭୟଙ୍କର ସଡକ ଦୁର୍ଘଟଣା  ଖବର ସାମ୍ନାକୁ ଆସିଛି । ଜାତୀୟ ରାଜପଥରେ ନାଥିଆ ନବ ଗାଁ ନିକଟରେ ଏହି ଦୁର୍ଘଟଣା ଦେଖିବାକୁ ମିଳିଥିଲା । ଦୁର୍ଘଟଣାରେ ୬ ଜଣଙ୍କର ଦୁଃଖଦ ମୃତ୍ୟୁ ଘଟିଥିବାବେଳେ ଅନ୍ୟ ୩ ଜଣ ଆହତ ଥିବା ଜଣାପଡିଛି । ଦୁର୍ଘଟଣାରେ ପୀଡିତ ଥିବା ସମସ୍ତ ଆହତଙ୍କୁ ତୁରନ୍ତ କାଙ୍କେର ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଦୁଇଟି କାର୍ ଧକ୍କା ହେବା ଯୋଗୁଁ ଏପରି ଘଟଣା ଘଟିଥିବା ସୂଚନା ମିଳିଛି । ସୂଚନା ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ସୂଚନାନୁଯାୟୀ, ଦୁଇଟି କାର୍ ମୁହାଁମୁହିଁ ଧକ୍କା ହୋଇଥିଲା । ଫଳରେ ଗୋଟିଏ ପରିବାରର ୬ଜଣଙ୍କ ଜୀବନ ଚାଲିଯାଇଥିଲା ବୋଲି ପୋଲିସ ଅଧିକାରୀ କହିଛନ୍ତି । ଚରମା ଅଞ୍ଚଳର ଉଡାକୁଡା ଗାଁର ଏହି ପରିବାର କାଙ୍କେର ବିକାଶ ବ୍ଲକର ଚିଭ୍ରାଜ ଗାଁକୁ ଏକ ବିବାହ ଉତ୍ସବରେ ଯୋଗ ଦେଇ ଫେରୁଥିଲାବେଳେ ଏହି ଅଘଟଣ ଘଟିଥିଲା । ସମସ୍ତ ମୃତକମାନେ ଚରମା ବ୍ଲକର ଉଡାକୁଡା ଗାଁର ବାସିନ୍ଦା ବୋଲି ଜଣାପଡିଛି । ଯାହା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ବାତାବରଣ ଖେଳିଯାଇଛି । ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି ।

Share