Nitish kumar

ବିହାର : ନୀତିଶ କୁମାରଙ୍କ ନୂଆ ଇନିଂସ । ଦିଲ୍ଲୀରେ ରାଜ୍ୟସଭା ସାଂସଦ ଭାବେ ଶପଥ ନେଲେ ନୀତିଶ କୁମାର । ତାଙ୍କୁ ଶପଥ ପାଠ କରାଇଲେ ରାଜ୍ୟସଭା ସଭାପତି ସିପି ରାଧାକ୍ରିଷ୍ଣନ ।

ଶପଥ ନେବା ପୂର୍ବରୁ ବିଜେପିର ପୂର୍ବତନ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଭେଟିଥିଲେ । ଶପଥ ନେବା ପରେ ଚାରିଟି ଗୃହର ସଦସ୍ୟ ତାଲିକାରେ ହେଲେ ସାମିଲ । ଅର୍ଥାତ ବିଧାନସଭା, ବିଧାନପରିଷଦ, ଲୋକସଭା ଏବଂ ରାଜ୍ୟସଭା ସଦସ୍ୟ ତାଲିକାରେ ସାମିଲ ହେଲେ ନୀତିଶ । ଆଜି ପାଟନା ଫେରିବା ପରେ ବିହାର ସରକାର ଗଠନ ନେଇ ପ୍ରକ୍ରିୟା ଜୋରଦାର ହେବ ।

ତେବେ ନୀତିଶ କୁମାର ରାଜ୍ୟସଭାରେ ଶପଥ ନେବା ପରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସାକ୍ଷାତ କରିବେ । ତାଙ୍କ ସହିତ ଲଲନ ସିଂ ଏବଂ ସଂଜୟ ଝା ଉପସ୍ଥିତ ରହିବେ । ରାଜ୍ୟସଭା ପ୍ରାର୍ଥୀ ଭାବେ ଶପଥ ନେବା ପୂର୍ବରୁ ନୀତିଶ କୁମାର ଏମଏଲସି ସିଟରୁ ଇସ୍ତଫା ଦେଇଥିଲେ । ୨୦୦୫ରୁ ନୀତିଶ କୁମାର ବିହାରର ମୁଖ୍ୟମନ୍ତ୍ରୀ ରହିଥିଲେ ।

Share