Bus nm

ସାଲେପୁର: ସାଲେପୁର ନନ୍ଦୋଳଗଡ଼ା ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଦୁଇ ଯାତ୍ରୀବାହୀ ବସ ମଧ୍ୟରେ ଧକ୍କା ହୋଇଛି । ଦୁର୍ଘଟଣା ପରେ ଭାରସାମ୍ୟ ହରାଇ ବିଲକୁ ଖସିଲେ ଦୁଇ ବସ୍ । ଦୁର୍ଘଟଣାରେ ଉଭୟ ବସରେ ୩୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି । ଆହତ ଯାତ୍ରୀଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲ ସ୍ଥାନାନ୍ତର କରାଯାଇଛି । ଉଭୟ ବସ ଆଗ ପଛ ହୋଇ କେନ୍ଦ୍ରାପଡ଼ାରୁ କଟକ ଅଭିମୁଖେ ଆସୁଥିଲେ ।

ସେହିପରି ଆଜି କୋରାପୁଟ ଜିଲ୍ଲା ସୁଙ୍କିରେ ପାହାଡ ତଳକୁ ଖସି ପଡ଼ିଲା ଓଏସଆରଟିସିର ଭଲବୋ ବସ୍ । ବସଟି ଭବାନୀପାଟଣାରୁ ବିଶାଖାପାଟଣା ଯାଉଥିଲା । ରାତି ପ୍ରାୟ ୨ ଟା ସମୟରେ ସୁଙ୍କି ଥାନା ପୂର୍ବରୁ ବସଟି ପାହାଡ଼ ତଳକୁ ଖସିଯାଇଥିଲା । ସୁଙ୍କି ଥାନା ପୋଲିସ ଓ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଥିଲେ । ଆହତ ଯାତ୍ରୀଙ୍କୁ ଉଦ୍ଧାର କରାଯାଇ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି ।

Share