ବଣାଇ : ଘରୋଇ କଳିରୁ ସ୍ତ୍ରୀକୁ ମାରିଦେଲା ସ୍ୱାମୀ । ଏଭଳି ଅଭିଯୋଗ ଆସିଛି ସୁନ୍ଦରଗଡ ଲହୁଣୀପଡା ଥାନା ବରଶୁଆଁ ନିକଟ ଶସ୍ୟକଳା ଗାଁରୁ । ସୂଚନା ଅନୁଯାୟୀ, ଶସ୍ୟକଳା ଗାଁର ସାରଫିନା ମିଞ୍ଜ ଏବଂ ସ୍ୱାମୀ ଜୁଲୁ ମିଞ୍ଜ ମଧ୍ୟରେ କୌଣସି କାରଣରୁ ଝଗଡା ହୋଇଥିଲା । ଏହି ସମୟରେ ସ୍ୱାମୀ ଜୁଲୁ ପାଖରେ ପଡିଥିବା ଏକ କାଠ ଫାଳିଆ ଆଣି ସ୍ତ୍ରୀର ମୁଣ୍ଡକୁ ପିଟିଦେଇଥିଲା । ଏଥିରେ ପତ୍ନୀ ସାରଫିନା ମିଞ୍ଜ ଗୁରୁତର ହୋଇ ପଡିଥିଲେ । ଏନେଇ ଲହୁଣୀପଡା ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଁଚି ଗୁରୁତର ସାରଫିନାଙ୍କୁ ଲହୁଣୀପଡା ଡାକ୍ତର ଖାନାରେ ଭର୍ତ୍ତି କରିଥିଲା । ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି । ଏନେଇ ପୋଲିସ କାଠ ଫାଳିଆ ଜବତ କରିବା ସହ ଅଭିଯୁକ୍ତ ସ୍ୱାମୀକୁ ଅଟକ ରଖି ପଚୃର ଉଚୁରା କରୁଛି । ତଦନ୍ତ ପରେ ଘଟଣା ସମ୍ପର୍କରେ ସବିଶେଷ ଜଣାପଡିବ ବୋଲି ପୋଲିସ କହିଛି ।

