ଏତଦ୍‌ବ୍ୟତୀତ ସମ୍ବଲପୁରସ୍ଥିତ ଆଇ.ଆଇ.ଏମ୍‌ କ୍ୟାମ୍ପସ ପାଇଁ ଏନ୍‌ବିସିସିର ଉଚ୍ଚାଧିକାରୀ ଚିନ୍ମୟ ଘୋଷ, ଏମସ୍‌ ଭୁବନେଶ୍ୱର ପାଇଁ ନିର୍ଦ୍ଦେଶକ ଡା. ବିଶ୍ୱାସଙ୍କୁ ପୁରସ୍କୃତ କରାଯାଇଥିଲା। ରିଜର୍ଭ ବ୍ୟାଙ୍କର ଭୁବନେଶ୍ୱରସ୍ଥିତ ନୂତନ ଡାଟା ସେଣ୍ଟର, କୋରାପୁଟସ୍ଥିତ ଜାତୀୟ ରାଜପଥ ପ୍ରକଳ୍ପ ପାଇଁ ପୁରସ୍କାର ଦିଆଯାଇଥିଲା।

ଏହି ଅବସରରେ ପୂର୍ତ୍ତ ବିଭାଗର ପୂର୍ବତନ ସର୍ବୋଚ୍ଚ ଯନ୍ତ୍ରୀ ମନୋରଞ୍ଜନ ମିଶ୍ରଙ୍କ ଦ୍ୱାରା ଲିନ୍‌ ନିର୍ମାଣ କୌଶଳ ଉପରେ ଲିଖିତ ପୁସ୍ତକକୁ ଜୁରୀ ମଣ୍ଡଳୀ ଉନ୍ମୋଚନ କରିଥିଲେ। ନିର୍ମାଣ କ୍ଷେତ୍ର ପାଇଁ ଅବଦାନ ସକାଶେ ଖ୍ୟାତିସମ୍ପନ୍ନ ଇଂଜିନିୟର ଅଶୋକ ବାସା ଏବଂ ସ୍ଥପତି ତାରାପ୍ରସାଦ ଧଳଙ୍କୁ ପୁରସ୍କୃତ କରାଯାଇଥିଲା। ଏହି ଅବସରରେ ଓଡ଼ିଶାର ପୁରସ୍କୃତ ପ୍ରକଳ୍ପମାନଙ୍କୁ ପ୍ରଦର୍ଶିତ କରାଯାଇଥିଲା, ଯାହାକୁ ଦର୍ଶକମାନେ ଏହାକୁ ପ୍ରଶଂସା କରିଥିଲେ।