Gajapati

ଗଜପତି : ନିଜକୁ ଜାଳିଦେଲେ ପିଜି ଛାତ୍ରୀ । ଦେହରେ ନିଆଁ ଲଗାଇ ଜୀବନ ହାରିଥିବା ଅଭିଯୋଗ । ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସହର ଖଞ୍ଜାସାହି ନୂଆବସ୍ତିରେ ଚାଞ୍ଚଲ୍ୟ । ଛାତ୍ରୀ ଜଣକ ମାନସିକ ଚାପରୁ ନିଜ ଦେହରେ ନିଆଁ ଲଗାଇ ଜୀବନ ହାରିଥିବା ଅଭିଯୋଗ ହୋଇଛି । ମୃତ ଛାତ୍ରୀ ହେଲେ ଶୁଭ୍ରା ସାମଲ। ଘର ଉପରମହଲାରୁ ଅର୍ଦ୍ଧ ଦଗ୍ଧ ମୃତଦେହ ମିଳିଛି ।

ସେ SKCG ମହାବିଦ୍ୟାଳୟରେ ସ୍ନାତକୋତ୍ତର ପଢ଼ୁଥିଲେ । ଆସନ୍ତାକାଲି ପରୀକ୍ଷା ଫଳାଫଳ ପ୍ରକାଶ ପାଇଥାନ୍ତା । ତା’ ପୂର୍ବରୁ ଶୁଭ୍ରା ଜୀବନ ହାରିଛନ୍ତି । ଗାଁର ବିଷ୍ଣୁଚରଣଙ୍କ ଉପରମହଲା ଘରୁ ଆଜି ଧୂଆଁ ବାହାରୁ ଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ । ବିଷ୍ଣୁଚରଣ ଓ ତାଙ୍କ ପତ୍ନୀ କାମରେ ବାହାରକୁ ଯାଇଥିବାବେଳେ ମଝି ମହଲାରେ ଭଡ଼ାରେ ରହୁଥିବା ବ୍ୟକ୍ତିଜଣକ ତୁରନ୍ତ ଖବର ଦେଇଥିଲେ । ପାରଳାଖେମୁଣ୍ଡି ଆଦର୍ଶ ଥାନା ପୋଲିସ ପହଞ୍ଚି କୋଠରିକୁ ଖୋଲିଥିବା ବେଳେ ଶୁଭ୍ରାଂଙ୍କ ମୃତଦେହ ଦେଖିବାକୁ ପାଇଥିଲେ। ପ୍ରାଥମିକ ତଦନ୍ତରୁ ଏହା ଜୀବନ ହାରିବାକୁ ଉଦ୍ୟମ କରିଥିବା ସନ୍ଦେହ କରାଯାଉଛି । ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇ ତଦନ୍ତ କରୁଛି ପୋଲିସ ।

Share