Jajpur road

ଯାଜପୁର ରୋଡ଼: ରଙ୍ଗରୁଟ୍ ହେଲା କାଳ। ହାଇୱାକୁ ଧକ୍କା ଦେଲା ଘରୋଇ କଲେଜ ବସ୍। ଦୁର୍ଘଟଣାରେ ଡ୍ରାଇଭର ମୃତ, ୧୫ ଆହତ। ଯାଜପୁର ରୋଡ କୋରେଇ ଥାନା ଔପଦା ଛକ ନିକଟରେ ଘଟିଛି ମର୍ମନ୍ତୁଦ ଦୁର୍ଘଟଣା । ଗତକାଲି ରାତି ପ୍ରାୟ ୧୧ଟା ୩୦ରେ ଏକ ଘରୋଇ କଲେଜର ବସ୍ ଛାତ୍ର ମାନଙ୍କୁ ନେଇ ଯାଜପୁର ରୋଡ ଅଭିମୁଖେ ଯାଉଥିବା ବେଳେ ଔପଦା ଛକ ନିକଟରେ ହଠାତ ଏକ ହାଇୱା ରଙ୍ଗ ରୁଟରୁ ଆସି ବସ୍ ଆଗକୁ ପଶି ଆସିଥିଲା ।

ଫଳରେ ଭାରସାମ୍ୟ ହରାଇ ବସଟି ହାଇୱାକୁ ଧକ୍କା ଦେଇଥିଲା । ଘଟଣାସ୍ଥଳରେ ବସ୍ ଡ୍ରାଇଭରଙ୍କ ମୃତ୍ୟୁ ହୋଇଥିଲା । ୨ ଆହତଙ୍କୁ କଟକ ଓ ୨ ଜଣଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ଆହତ ୧୧ ଛାତ୍ରଙ୍କୁ ଟାଟା ମେଡିକାଲରେ ଭର୍ତ୍ତି କରାଯାଇଛି । କୋରେଇ ଓ ପାଣିକୋଇଲି ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି ।

Share