Car c 1

ହିନ୍ଦୋଳ: ଢେଙ୍କାନାଳ ଜିଲ୍ଲା ହିନ୍ଦୋଳରେ ରାସ୍ତାରୋକ। ଗାଡ଼ି ମୋଟର ଚଳାଚଳ ବନ୍ଦ । ହିନ୍ଦୋଳ ବ୍ଲକ ପାଟଲା ଗ୍ରାମର ତିନି ଦଣ୍ଡୁଆଙ୍କ ମୃତ୍ୟୁ ଘଟଣାର ପ୍ରତିବାଦ। ସାତମାଇଲ ଠାରେ ରାସ୍ତାରୋକ କରିଛନ୍ତି ଉତ୍ତ୍ୟକ୍ତ ଲୋକ । ଚାରିଟା ଦାବି ନେଇ ଆନ୍ଦୋଳନ କରୁଛନ୍ତି । ଘଟଣା ସ୍ଥଳରେ ପୂର୍ବତନ ସାଂସଦ ମହେଶ ସାହୁ ଉପସ୍ଥିତ ଅଛନ୍ତି ।  ବିଦ୍ୟୁତ ବିଭାଗର ଅବହେଳା ପାଇଁ ତିନିଟି ମୂଲ୍ୟବାନ ଜୀବନ ଚାଲିଯାଇଥିବା ଲୋକେ ଅଭିଯୋଗ କରିଛନ୍ତି।

ଗତକାଲି ୧୧ କେଭି ତାର ଲାଗି ୩ ଜଣ ଦଣ୍ଡୁଆଙ୍କ ମୃତ୍ୟୁ ଘଟିଥିଲା । ମୃତକମାନେ ହେଲେ ବିଡ଼ୋ ଗାଁର ମିଲନ ମହାଳିକ, ଲକ୍ଷ୍ମୀଧର ସାହୁ ଓ ପାଟଲା ଗାଁର ସୁଧାକର ସାହୁ । ପାଟଲା ଗାଁର ପ୍ରଫୁଲ୍ଲ ତରାଇ ଗୁରୁତର ଆହତ ହୋଇ ଚିକିତ୍ସିତ ହେଉଛନ୍ତି। ବିଦ୍ୟୁତ ବିଭାଗ କର୍ମଚାରୀଙ୍କ ଅବହେଳା ଏଥିପାଇଁ ଦାୟୀ ବୋଲି ଲୋକେ କହିଛନ୍ତି । ବିଦ୍ୟୁତ ତାର ବହୁ ଦିନରୁ ଝୁଲି ରହିଥିଲେ ମଧ୍ୟ ଏହାକୁ ବିଦ୍ୟୁତ ବିଭାଗ ସଜାଡ଼ି ନଥିଲା ଅଭିଯୋଗ କରିଛନ୍ତି ଲୋକ।

Share