Ganja 1

ସୁବର୍ଣ୍ଣପୁର : ଫାର୍ମ ହାଉସରେ ରେଡ । ବିପୁଳ ପରିମାଣର ଗଞ୍ଜେଇ ଜବତ ।  ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ରେଞ୍ଜ ଅଧନସ୍ଥ ଗୁଜା ସୁଲିଆ ଜଙ୍ଗଲରେ ଥିବା ଏକ ଫାର୍ମ ହାଉସରେ ରେଡ କରିଛି ଉଲୁଣ୍ଡା ପୋଲିସ  ।  ରେଡ ବେଳେ ବିପୁଳ ପରିମାଣର ଗଞ୍ଜେଇ ଜବତ କରିବା ସହ ୨ଟି ଗାଡି ,୨ଟି ଟ୍ରକ,୨ଟି ପିକଅପ ଭ୍ୟାଦ ସହ ୫ଟି ମଟର ସାଇକଲ ଜବତ ହୋଇଛି  ।   ଏହା ସହ ଫାର୍ମ ହାଉସରେ କାମ କରୁଥିବା ୪ଜଣକୁ ଅଟକ ରଖି ପଚରା ଉଚରା କରାଯାଉଛି ।  ଜଙ୍ଗଲ ଭିତରେ ନାମକୁ ମାତ୍ର ଫାର୍ମହାଉସ କରାଯାଇ ବାହାର ରାଜ୍ୟକୁ ଗଞ୍ଜେଇ ଚୋରାଚାଳାଣ କରାଯାଉଥିଲା ।  ପ୍ରାୟ ୭ କ୍ବିଣ୍ଟାଲରୁ ଅଧିକ ଗଞ୍ଜେଇ ଜବତ କରାଯାଇଛି  ।  ଯାହାର ଆନୁମାନିକ ମୂଲ୍ୟ ୭ କୋଟି ଟଙ୍କା ହେବ ।

Share