Mayurbhanj

ମୟୂରଭଞ୍ଜ : ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର କାକବନ୍ଧ ହଷ୍ଟେଲ ଛାତ୍ରୀ ମୃତ୍ୟୁ ଘଟଣାରେ ପୋଲିସ-ଜନତା ମୁହାଁମୁହିଁ । ପରିସ୍ଥିତି ନିୟନ୍ତ୍ରଣ ପାଇଁ ପୋଲିସର ଲାଠି ଚାଳନା। ବିକ୍ଷୋଭ କାରୀଙ୍କ ଢେଲା ମାଡରେ ରାସଗୋବିନ୍ଦପୁର ଆଇଆଇସିଙ୍କ ସମେତ ୨୦ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି। ଗତକାଲି ରାତି ସାରା ବିଦ୍ୟାଳୟ ସମ୍ମୁଖରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା । ଦୀର୍ଘ ୨୧ ଘଣ୍ଟା ପରେ ହେଲା ମୃତ ଛାତ୍ରୀଙ୍କ ଅନ୍ତିମ ସଂସ୍କାର।

ପୂର୍ବାଞ୍ଚଳ DIG ଓ ମୟୂରଭଞ୍ଜ ଏସପି ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଉପରେ ନଜର ରଖିଛନ୍ତି । ଏପଟେ ଘଟଣାର RDC ସ୍ତ୍ରୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। କେଉଁ ପରିସ୍ଥିତିରେ ପିଲାମାନେ ଅସୁସ୍ଥ ହେଲେ ଏବଂ ଛାତ୍ରୀଙ୍କ ମୃତ୍ୟୁ ଘଟିଛି, ସେ ସମ୍ପର୍କରେ ସବିଶେଷ ତଦନ୍ତ କରି ରିପୋର୍ଟ ଦେବାକୁ ମୁଖ୍ୟମନ୍ତ୍ରୀ ଉତ୍ତରାଞ୍ଚଳ ରାଜସ୍ୱ କମିଶନରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। RDC ଆଜି ଘଟଣାସ୍ଥଳକୁ ଯାଇ ଘଟଣା ସଂପର୍କରେ ତଦନ୍ତ କରିବେ। ପିଲା ମାନଙ୍କ ସ୍ଵାସ୍ଥ୍ୟ ପରୀକ୍ଷା କରିବା ପାଇଁ ଏକ ଡାକ୍ତରୀ ଦଳ ମଧ୍ୟ ରାସଗୋବିନ୍ଦପୁର ଗସ୍ତ କରିବେ। ମୃତ ଛାତ୍ରୀଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୩ ଲକ୍ଷ ଟଙ୍କା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝି ।

Share