Fake

ସୁବର୍ଣ୍ଣପୁର: ଗାଡ଼ିରୁ ୮ଲକ୍ଷର ନକଲି ନୋଟ ଜବତ । ସୋନପୁର ପୋଲିସକୁ ବଡ ସଫଳତା । ପାଟ୍ରୋଲିଂ ସମୟରେ ୮ଲକ୍ଷରୁ ଅଧିକ ନକଲି ନୋଟ ଜବତ କରି ଦୁଇ ଜଣଙ୍କୁ ଗିରଫ କରିଛି ପୋଲିସ । ଗତକାଲି ବ୍ଲକ ଛକ ନିକଟରେ ଏକ କଳା ରଙ୍ଗର ସ୍କର୍ପିଓକୁ ସନ୍ଦେହ କରି ଅଟକାଇ ଯାଞ୍ଚ କରାଯାଇଥିଲା । ଯାଞ୍ଚ ସମୟରେ ଗାଡି ଭିତରୁ ଏକ ନୀଳ ରଙ୍ଗର କ୍ୟାରିବ୍ୟାଗରୁ ୮ ଲକ୍ଷ ୪୭ ହଜାର ନକଲି ନୋଟକୁ ଜବତ କରାଯାଇଥିଲା । ଘଟଣାରେ ଦୁଇ ଜଣଙ୍କୁ ଗିରଫ କରି ଗାଡ଼ିକୁ ମଧ୍ୟ ଜବତ କରିଛି ପୋଲିସ । ବିଭିନ୍ନ ସମୟରେ ସୋନପୁର ସହରରେ ନକଲି ନୋଟ କରାବାର କରୁଥିବା ପୋଲିସ ସୂଚନା ଦେଇଛି ।

ସୂଚନାଯୋଗ୍ୟ, ସୋନପୁର ଉଲୁଣ୍ଡା ଠାରେ ଚଢାଉ କରି ଏସଟିଏଫ ନକଲି ନୋଟ୍ ଜବତ ହୋଇଥିଲା । ଏଥି ସହ ଜଣେ ଅଭିଯୁକ୍ତ ଦୀପକ ମେହେରକୁ ଗିରଫ କରାଯାଇଥିଲା । ବିଡ଼ା ବିଡ଼ା ନକଲି ନୋଟ ଜବତ ହୋଇଥିଲା । ଅସଲି ନୋଟ୍ ଭଳି ଅବିକଳ ଦେଖାଯାଉଥିବା ନକଲି ୫ ଶହ ଟଙ୍କିଆ ନୋଟ ଜବତ ହୋଇଥିଲା । ୪୧.୧୬ ଲକ୍ଷ ଟଙ୍କାର ନକଲି ୫ ଶହ ଟଙ୍କିଆ ନୋଟ୍ ଜବତ କରିଥିଲା ଏସଟିଏଫ ।

Share